ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ସିବିଆଇ ଯାଞ୍ଚ ଦାବି କଲେ ଦ୍ରୌପଦୀ - ଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ମୈଇଦାନକୁ ଓହ୍ଲାଇଲେ ଛୋଟ ପରଦାର ଫେମସ ଅଭିନେତ୍ରୀ ରୂପା ଗାଙ୍ଗୁଲୀ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 24, 2020, 7:44 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ ପାଇଁ ସାଜିଛି କାଳ । ତାଙ୍କ ମୃତ୍ୟୁ ପରେ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ବିବାଦ । ଆଉ କିଛି ଲୋକ ସୁଶାନ୍ତଙ୍କ ନ୍ୟାୟ ଦେବାରେ ଲାଗିପଡିଛନ୍ତି । ଯେଉଁଥିରେ ସାଧାରଣ ଜନତାଙ୍କଠୁ ନେଇ ରାଜନେତା ଓ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି । ଇତିମଧ୍ୟରେ ଲୋକପ୍ରିୟ ଅଭିନେତ୍ରୀ ରୂପା ଗାଙ୍ଗୁଲୀ ତାଙ୍କ ଆତ୍ମହତ୍ୟାରେ ସିବିଆଇ ଯାଞ୍ଚ ଦାବି କରି ଚର୍ଚ୍ଚାରେ । ରୂପା, ବିଆର ଚୋପ୍ରାଙ୍କ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ଦମଦାର ଅଭିନୟ କରି ଫେମସ ହୋଇଥିଲେ ।

ରୂପା ଟ୍ବିଟ କହି ଲେଖିଛନ୍ତି, ‘#CBIFORSUSHANT . କଣ ତଦନ୍ତ ବହୁତ ଶୀଘ୍ର ହୋଇଛି । ଆଉ ଫରେନ୍ସିକ ଟିମ 15 ଜୁନରେ ସେଠାରେ କାହିଁକି ପହଞ୍ଚିଲେ । ତାଙ୍କ ଶରୀରରୁ କୌଣସି ପ୍ରକାର ବିଷାକ୍ତ ପଦାର୍ଥ ମିଳିଛି କି ? କଣ ସିସିଟିଭି ଫୁଟେଜ ଯାଞ୍ଚ କରିଯାଇଥିଲା କି ତାଙ୍କ ଘରେ କେହି ପ୍ରବେଶ କରିନଥିଲେ । ଯଦି କୌଣସି ଆତ୍ମହତ୍ୟା ନୋଟ ମିଳିନଥିଲା ତେବେ ପୋଲିସ କିପରି ଏହାକୁ ଆତ୍ମହତ୍ୟା ଘୋଷଣା କରିଛି । କେବଳ ଡିପ୍ରେସନ କଥା କୁହାଯାଉ ପ୍ରକୃତ କଥାକୁ ଅଣଦେଖା କରାଯାଉଛି ।’

ପ୍ରକାଶ ଥାଉକି ରୂପା ଗୋଟିଏ ନୁହେଁ କି ଦୁଇଟି ନୁହେଁ ସେ 5ଟି ଟ୍ବିଟ କରି ସୁଶାନ୍ତଙ୍କ ନ୍ୟାୟ ଦାବି କରିଛନ୍ତି । ତାଙ୍କ ପୂର୍ବରୁ ବିଜେପି ସାଂସଦ ମନୋଜ ତିୱାରୀ ଓ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟାରେ ସିବିଆଇ ଯାଞ୍ଚ ପାଇଁ ଦାବି କରିସାରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.