ETV Bharat / sitara

ଲକଡାଉନରେ ଶ୍ରୀଲଙ୍କାନ ଖାଦ୍ୟକୁ ଏନଞ୍ଜୟ କରୁଥିଲେ ଧକ ଧକ ଗର୍ଲ - madhuri dixit tries dishing out

ଲକଡାଉନ ସମୟରେ ମାଧୁରୀ ଘରେ ଶ୍ରୀଲଙ୍କାନ ଖାଦ୍ୟ ରୋଷେଇ କରୁଥିଲେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

madhuri dixit tries dishing out sri lankan cuisine
ଲକଡାଉନରେ ଶ୍ରୀଲଙ୍କାନ ଖାଦ୍ୟକୁ ଏଞ୍ଜୋଏ କରୁଥୁଲେ ଧକ ଧକ ଗର୍ଲ
author img

By

Published : Aug 20, 2020, 6:49 PM IST

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡର ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ବହୁତ ଆକ୍ଟିଭ ଅଛନ୍ତି । ଏହି ସମୟରେ ମାଧୁରୀ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ବର୍ତ୍ତମାନ କରୋନା ଭାଇରସ୍ ଯୋଗୁଁ ମାଧୁରୀ ନିଜ ପରିବାର ସହିତ ସମୟ କାଟୁଛନ୍ତି ।

ଏହି ଲକଡାଉନ ସମୟରେ ମାଧୁରୀ ଘରେ ଶ୍ରୀଲଙ୍କାନ ଖାଦ୍ୟ ରୋଷେଇ କରୁଥିଲେ ବୋଲି କହିଛନ୍ତି ।

ଗୁରୁବାର ଦିନ, ମାଧୁରୀ ଏକ ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ମାଧୁରୀ ତାଙ୍କ ପୁରା ପରିବାର ସହିତ ଶ୍ରୀଲଙ୍କାନ ରୋଷେୟାଙ୍କ ସହିତ ଖାଦ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ମାଧୁରୀ ଲେଖିଛନ୍ତି, ଗତ ବର୍ଷ ଶ୍ରୀଲଙ୍କାନ କୁକିଙ୍ଗ କ୍ଲାସରେ ଯାହା ଶିଖିଥିଲି, ତାହା ଏହି ଲକଡାଉନ ସମୟରେ ସହାୟକ ହୋଇଛି । ମୁଁ ଘରେ ତାହା ଅଭ୍ୟାସ କରୁଛି । # ଏକ୍ସପ୍ରିୟେନ୍ସ ଓଭର ଥିଙ୍ଗସ ।

ଏପରିକି ମାଧୁରୀ ପ୍ରଂଶସକମାନଙ୍କୁ ପୋଷ୍ଟର କମେଣ୍ଟ ବକ୍ସରେ ସେମାନଙ୍କର ପ୍ରିୟ ଖାଦ୍ୟ ବିଷୟରେ ଉଲ୍ଲେଖ କରିବାକୁ କହିଥିଲେ ।

ପ୍ରକାଶ ଥାଉକି, ମାଧୁରୀ ନିକଟରେ ତାଙ୍କ ଗୀତ 'କ୍ୟାଣ୍ଡେଲ' ରିଲିଜ୍ କରିଥିଲେ । ଯାହା ତାଙ୍କର ଡେବ୍ୟୁ ଗୀତ ଥିଲା । ଏହି ଗୀତଟି ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.