ETV Bharat / sitara

ସ୍ବାମୀଙ୍କୁ କିସ୍ କରି ରୋମାଣ୍ଟିକ ହେଲେ ଧକଧକ ଗାର୍ଲ

author img

By

Published : Oct 18, 2019, 5:06 PM IST

ଗୁରୁବାର କରୱାଚୌଥ ଥିବାବେଳେ ତାଙ୍କ ଧକଧକ ଗାର୍ଲ ମାଧୁରୀଙ୍କ 20ତମ ବିବାହ ବାର୍ଷିକୀ ମଧ୍ୟ ଥିଲା । ସ୍ବାମୀଙ୍କ ସହ ଫଟୋ ସେୟାର କରି ହେଲେ ରୋମାଣ୍ଟିକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ମୁମ୍ବାଇ: ଗୁରୁବାର ବଲିଉଡର ଅନେକ ଅଭିନେତ୍ରୀ ନିଜ ସ୍ବାମୀଙ୍କ ପାଇଁ କରୱାଚୌଥ କରୁଥିବାର ନଜର ଆସିଥିଲେ । ଏହି ଅବସରରୁ ବାଦ ପଡିନାହାଁନ୍ତି ବଲିଉଡର ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ । ଏଥର ସେ କରୱାଚୌଥକୁ ଖାସ୍ କରିବା ପାଇଁ ସ୍ବାମୀ ଶ୍ରୀରାମ ନେନେଙ୍କ ସହ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ଏହି ପତି-ପତ୍ନୀଙ୍କ ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି ।

ସବୁଠାରୁ ମଜାକଥା ହେଲା କି ସ୍ବାମୀଙ୍କୁ କିସ୍ କରୁଥିବାର ଫଟୋରେ ନଜର ଆସୁଛନ୍ତି ମାଧୁରୀ । ଖାଲି କରୱାଚୌଥ ନୁହେଁ ନିଜ 20ତମ ବିବାହ ବାର୍ଷିକୀ ମଧ୍ୟ ଗୁରୁବାର ପାଳନ କରିଥିଲେ ମାଧୁରୀ ।

ଫଟୋଟିକୁ ଦେଖି ଲାଗୁଛି ଯେ ଏହା ଭାରତର ନୁହେଁ ବରଂ କୌଣସି ବିଦେଶର । ଫଟୋକୁ ସେୟାର କରି ସେ ଲେଖିଛନ୍ତି, ‘ଜନ୍ମ ଜନ୍ମର ସାଥୀ, 20ତମ ବିବାହ ବାର୍ଷିକୀ।’ ପ୍ରକାଶ ଥାଉକି 1999 ଅକ୍ଟୋବର 20ରେ ଶ୍ରୀରାମଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ମାଧୁରୀ । ଆଉ ବର୍ତ୍ତମାନ ମାଧୁରୀଙ୍କ ଦୁଇ ପୁଅ ମଧ୍ୟ ଅଛନ୍ତି । ସେ ନିକଟରେ ଛୋଟ ପରଦାର ରିୟାଲିଟି ଶୋ ‘ଡାନ୍ସ ଦିୱାନେ ସିଜନ 2’ରେ ଜଜ ରୂପେ ନଜର ଆସିଥିଲେ । ଏହାସହ ସେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ‘କଲଙ୍କ’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.