ମୁମ୍ବାଇ: ଦେଶର 17ତମ ଲୋକସଭା ନିର୍ବାଚନକୁ ଆଉ ମାତ୍ରେ କିଛି ଦିନ ବଞ୍ଚିଛି । ଏଠାରେ ରାଜନୈତିକ ପାର୍ଟିରେ ପ୍ରସ୍ତୁତି ଆହୁରି ଜୋର ଧରିଛି । ରାଜନୀତିରେ ଫିଲ୍ମ ଷ୍ଟାର୍ସ ମଧ୍ୟ ଖୁବ୍ ସାମିଲ ହେବାରେ ଲାଗିଛନ୍ତି । କିଛି ଦିନ ହେବ ଏହି ଖବର ଶୁଣିବାକୁ ମିଳୁଥିଲା ଯେ ବଲିଉଡର ଧକ୍କ ଧକ୍କ ଗର୍ଲ ମାଧୁରୀ ଦୀକ୍ଷିତ ନେନେ ମଧ୍ୟ ଏବର୍ଷ ନିର୍ବାଚନରେ ପ୍ରାର୍ଥୀ ରୂପେ ଓହ୍ଲାଇବେ । କିନ୍ତୁ ଏହି ଖବରରେ ମାଧୁରୀ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ।
ମାଧୁରୀ ସ୍ପଷ୍ଟ ରୂପେ କହିଦେଇଛନ୍ତି କି ସେ କୌଣସି ମଧ୍ୟ ରାଜନୈତିକ ଦଳରେ ସମ୍ପୃକ୍ତ ନାହାଁନ୍ତି । ସେ ନିର୍ବାଚନ ଲଢିବା ଖବରକୁ ମିଥ୍ୟା କହିଛନ୍ତି । ସେ ଆହୁରି କହିଥିଲେ କି ଫିଲ୍ମ ଦୁନିଆରୁ ତିନି କଳାକାରଙ୍କୁ ନେଇ ନିର୍ବାଚନ ଲଢିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ସେ ଏହି ପ୍ରସଙ୍ଗରେ କହିଦେଇଥିଲେ ଯେ ସେ ନିର୍ବାଚନରେ ସାମିଲହେବେ ନାହିଁ । ଏହି ଖବର ଶୁଣିବାକୁ ମିଳୁଥିଲା ଯେ ସେ ବିଜେପିରୁ ନିର୍ବାଚନ ଲଢିବେ ।
ପ୍ରକାଶ ଥାଉକି ତିନି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜୟ ପ୍ରଦା ଯେଉଁଠାରେ ବିଜେପିରେ ସାମିଲ ହୋଇଥିଲେ, ସେହିଠାରେ ଉର୍ମିଲା ମାତୋଣ୍ଡକର କଂଗ୍ରେସର ହାତ ଧରିଥିଲେ ।