ETV Bharat / sitara

'ହମ୍ ଆପକେ ହେ କୌନ୍' @26, ଫିଲ୍ମ ସହିତ ଜଡିତ ସ୍ମୃତି ସେୟାର କଲେ ମାଧୁରୀ

author img

By

Published : Aug 5, 2020, 4:43 PM IST

ସଲମାନ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ 'ହମ୍ ଆପକେ ହେ କୌନ୍' ଆଜି 26 ବର୍ଷ ପୂରଣ କରିଛି । ଏହି ଅବସରରେ ମାଧୁରୀ ଫିଲ୍ମରୁ ସଲମାନଙ୍କ ସହ ନିଜର ଏକ ଥ୍ରୋ ବ୍ୟାକ୍ ଫଟୋ ଏବଂ ସେହି ସମାନ ପୋଜରେ ରିୟାଲିଟି ଶୋରୁ ସଲମାନଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Madhuri Dixit marks 26 years of Hum Aapke Hain Koun..! with special post
'ହମ୍ ଆପକେ ହେ କୌନ୍' @26, ଫିଲ୍ମ ସହିତ ଜଡିତ ସ୍ମୃତି ସେୟାର କଲେ ମାଧୁରୀ

ମୁମ୍ବାଇ: 1994 ମସିହାର ଅଭିନେତା ସଲମାନ ଖାନ ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ 'ହମ୍ ଆପକେ ହେ କୌନ୍' ଆଜି 26 ବର୍ଷ ପୂରଣ କରିଛି ।

ଏହି ଅବସରରେ, ଦେବଦାସ ଅଭିନେତ୍ରୀ ଫିଲ୍ମରୁ ସଲମାନଙ୍କ ସହ ନିଜର ଏକ ଥ୍ରୋ ବ୍ୟାକ୍ କୋଲାଜ ଫଟୋ ଏବଂ ସେହି ସମାନ ପୋଜରେ ରିୟାଲିଟି ଶୋରୁ ସଲମାନଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି ।

ମାଧୁରୀ ଟ୍ୱିଟ୍ କରି ଲେଖିଛନ୍ତି, ସେତେବେଳେ ଏବଂ ବର୍ତ୍ତମାନ । ଫିଲ୍ମ 'ହମ୍ ଆପକେ ହେ କୌନ୍' ଆଜି 26 ବର୍ଷ ପୂରଣ କରିଛି ବୋଲି ବିଶ୍ୱାସ କରିପାରୁ ନାହିଁ । ଫିଲ୍ମକୁ ଆପଣମାନେ ଏତେ ସାରା ଭଲପାଇବା ଦେଇଥିବାରୁ ଧନ୍ୟବାଦ ।

ଆଇକନିକ୍ ହିଟ୍ ଫିଲ୍ମ 'ହମ୍ ଆପକେ ହେ କୌନ୍'କୁ ସେତେବେଳେ ପ୍ରଶଂସକମାନଙ୍କ ଠାରୁ ବହୁତ ଭଲପାଇବା ମିଳିଥିଲା ।

ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ 100 କୋଟି ଟଙ୍କା ଆୟ କରିଥିବା ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଥିଲା ।

ଏହି ଫିଲ୍ମ13 ଟି ଫିଲ୍ମଫେୟାର ପୁରସ୍କାର ଜିତିଥିଲା ।

ପ୍ରକାଶ ଥାଉ କି, ଏହି ଫିଲ୍ମରେ ସଲମାନ ଏବଂ ମାଧୁରୀଙ୍କ ସହିତ ମୋହନିଶ୍ ବହଲ୍, ଆଲୋକ ନାଥ ଏବଂ ବିନ୍ଦୁ ଅନ୍ୟମାନେ ମଧ୍ୟ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.