ETV Bharat / sitara

ଖୁବଶୀଘ୍ର ଆସିବ ‘ଖଳନାୟକ’ର ସିକ୍ବେଲ

author img

By

Published : Jun 11, 2020, 4:48 PM IST

ଚର୍ଚ୍ଚାରେ 1993ରେ ଆସିଥିବା ହିଟ୍ ଫିଲ୍ମ ‘ଖଳନାୟକ’ର ସିକ୍ବେଲକୁ ନେଇ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଧକ୍-ଧକ୍ ଗାର୍ ମାଧୁରୀ ଦୀକ୍ଷିତ ଓ ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ ସୁପରଡୁପର ହିଟ୍ ଫିଲ୍ମ ‘ଖଳନାୟକ’କୁ ନେଇ ଚର୍ଚ୍ଚା । ପୁଣିଥରେ ଦର୍ଶକ ଫିଲ୍ମର କାହାଣୀ ପରଦାରେ ଦେଖିବାକୁ ଯାଉଛନ୍ତି । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ଯେ ‘ଖଳନାୟକ’ର ସିକ୍ବେଲ ଫିଲ୍ମର ଘୋଷଣା ଖୁବଶୀଘ୍ର ହେବାକୁ ଯାଉଛି । ଫିଲ୍ମକୁ ନେଇ ନିକଟରେ ମାଧୁରୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ।

ନିକଟରେ ମାଧୁରୀ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ ଯେ ସେ ମଧ୍ୟ ସରପ୍ରାଇଜ ଅଛନ୍ତି ଯେ ‘ଖଳନାୟକ’ର ସିକ୍ବେଲ ଆସିବା ଖବରକୁ ନେଇ । କାରଣ ତାଙ୍କୁ ଏଯାବତ ଏହି ବିଷୟରେ କିଛି ଜଣାନାହିଁ । ହେଲେ ସେ ମଧ୍ୟ ଦର୍ଶକଙ୍କ ଭଳି ଦୀର୍ଘ ସମୟରୁ ଏହାର ସିକ୍ବେଲ ଚର୍ଚ୍ଚା ଶୁଣି ଆସୁଛନ୍ତି ।

ପ୍ରକାଶ ଥାଉକି 1993ରେ ଆସିଥିବା ଏହି ଫିଲ୍ମ ସଞ୍ଜୟ ଓ ମାଧୁରୀଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ସଞ୍ଜୟ ଖଳନାୟକ ଭୂମିକାରେ ଥିବାବେଳେ ଜ୍ୟାକି ଓ ମାଧୁରୀ ପୋଲିସ ଅଫିସର ସାଜିଥିଲେ । ଏହି ତିନି ଷ୍ଟାର୍ସଙ୍କ ଦମଦାର ଅଭିନୟ ପାଇଁ ଫିଲ୍ମଟି ବ୍ଲକବଷ୍ଟର ସାଜିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.