ହାଇଦ୍ରାବାଦ: ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'Untitled' ଚଳଚ୍ଚିତ୍ର ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବାର ଥିଲା। ବର୍ତ୍ତମାନ ନିର୍ମାତାମାନେ ଏହାର ରିଲିଜ୍ ତାରିଖ ବଢାଇ ଦେଇଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ମାର୍ଚ୍ଚ 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ଏକ ରୋମାଣ୍ଟିକ୍-କମେଡି ଫିଲ୍ମ, ଯାହାକି ଲଭ୍ ରଂଜନଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ନିର୍ମିତ । ଲଭ୍ ରଂଜନ ପୂର୍ବରୁ ପଞ୍ଚନାମା ଫ୍ରାଞ୍ଚାଇଜ୍ ଏବଂ ସୋନୁ କେ ଟିଟୁ କି ସ୍ବିଟ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଲଭ୍ ଫିଲ୍ମର ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ୍ ଏକ ଅପଡେଟ୍ ପୋଷ୍ଟ କରି ଏହି ସୂଚନା ଦେଇଛି । ଲଭ୍ ଲେଖିଛନ୍ତି, ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଲଭ ରଂଜନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହୋଲି ଅର୍ଥାତ ମାର୍ଚ୍ଚ 8, 2023ରେ ପ୍ରେକ୍ଷାଳୟକୁ ଆସିବ! ଲଭ ରଂଜନ ଏବଂ ଅଙ୍କୁର ଗର୍ଗଙ୍କ ଦ୍ବାରା ନିର୍ମିତ, ଗୁଲଶାନ କୁମାର ଏବଂ ଭୂଷଣ କୁମାରୀ, ଲଭ ଫିଲ୍ମସ ଏବଂ ଟି-ସିରିଜ ଦ୍ବାରା ପ୍ରସ୍ତୁତ।
ଏହି ଚଳଚ୍ଚିତ୍ର 2019ରେ ଘୋଷଣା କରାଯାଇଥିଲା । କରୋନା ମହାମାରୀ ହେତୁ ଏହାର ରିଲିଜ୍ ତାରିଖରେ ପୂର୍ବରୁ ପରିବର୍ତ୍ତନ ହୋଇସାରିଛି । ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଉଲ୍ଲେଖନୀୟ କଥା ହେଉଛି, ଏହି ପ୍ରୋଜେକ୍ଟରେ ରଂଜନ, ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଏକାଠି କାମ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଡିମ୍ପଲ୍ କପାଡିଆ ଏବଂ ନିର୍ମାତା ବୋନି କପୁର ମଧ୍ୟ ଅଭିନୟ କରିବେ, ଯେଉଁମାନେ ରଣବୀର କପୁରଙ୍କ ଅନ୍-ସ୍କ୍ରିନ୍ ପିତା-ମାତା ଭୂମିକାରେ ଅଭିନୟ କରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ