ନୂଆଦିଲ୍ଲୀ: କୋରୋନା ମହାମାରୀ ସ୍ଥିତିକୁ ଧ୍ୟାନରେ ରଖି ଅନେକ ଫିଲ୍ମ ମେକର୍ସ ନିଜ ନିଜ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବା ସହ ସୁଟିଂ ସ୍ଥଗିତ ରଖିଛନ୍ତି । ଏବର୍ଷ ଅନେକ ଚର୍ଚ୍ଚିତ ଫିଲ୍ମ ଦେଖିପାରିବେନି ଦର୍ଶକ । ନିକଟରେ କିଛି ଫିଲ୍ମର ରିଲିଜ ସ୍ଥଗିତ ରହିଥିଲା । ଆଉ ଏବେ ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଷ୍ଟାରର ‘ଲିଗର’ ର ପ୍ରଥମ ଟିଜର ରିଲିଜକୁ ମଧ୍ୟ ସ୍ଥଗିତ ରଖିଛନ୍ତି ମେକର୍ସ ।
-
In light of the current environment and the testing times our country is facing, our focus is solely on helping the community. Therefore, we have decided to postpone the release of the teaser of #LIGER. We hope you’re staying safe, staying healthy and staying home. pic.twitter.com/JmPSvhch8Y
— Dharma Productions (@DharmaMovies) May 9, 2021 " class="align-text-top noRightClick twitterSection" data="
">In light of the current environment and the testing times our country is facing, our focus is solely on helping the community. Therefore, we have decided to postpone the release of the teaser of #LIGER. We hope you’re staying safe, staying healthy and staying home. pic.twitter.com/JmPSvhch8Y
— Dharma Productions (@DharmaMovies) May 9, 2021In light of the current environment and the testing times our country is facing, our focus is solely on helping the community. Therefore, we have decided to postpone the release of the teaser of #LIGER. We hope you’re staying safe, staying healthy and staying home. pic.twitter.com/JmPSvhch8Y
— Dharma Productions (@DharmaMovies) May 9, 2021
ଆଜି 9 ମେ ବିଜୟଙ୍କ ଜନ୍ମଦିନ । ନିର୍ମାତାମାନେ ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମର ପ୍ରଥମ ଟିଜର ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ କୋରୋନା ଅବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଟିଜର ରିଲିଜକୁ ସ୍ଥଗିତ ରଖିଛନ୍ତି। ନିର୍ମାତାମାନେ ନିଜେ ସୋସିଆଲ ମିଡିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି।
ମେକର୍ସ ବୟାନରେ ଲେଖିଛନ୍ତି, "ଏହି କଠିନ ସମୟରେ, ଆମେ ଆଶା କରୁଛୁ ଆପଣ ସମସ୍ତେ ନିଜ ଘରେ ସୁରକ୍ଷିତ ଥିବେ ଏବଂ ନିଜର ଯତ୍ନ ନେଉଥିବେ। ଆମେ ସମସ୍ତେ 9 ରେ 'ଲିଗର୍'ର ପାୱାର୍ ପ୍ୟାକ୍ ଟିଜର ରିଲିଜ କରିବାକୁ ପ୍ରସ୍ତୁତ ଥିଲୁ । କିନ୍ତୁ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଆଶା କରୁଛି ଖୁବ୍ ଶୀଘ୍ର ଏହାକୁ ରିଲିଜ କରିବୁ ।
ପୁରୀ ଜଗନ୍ନାଧଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବିଜୟ ଏବଂ ଅନନ୍ୟାଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ରାମ୍ୟା କୃଷ୍ଣନ୍, ବିଷ୍ଣୁ ରେଡ୍ଡୀ, ରୋନିତ ରୟ, ପ୍ରମୁଖ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ପାଞ୍ଚଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ।