ମୁମ୍ବାଇ: ଟାଟୁ କରିବା ଆଜିକାଲି ଟ୍ରେଣ୍ଡ ପାଲଟିଲାଣି । ଫ୍ୟାସନର ଏକ ଅଂଶ ପାଲଟି ସାରିଛି ଟାଟୁ । ଅଧିକାଂଶ ଲୋକେ ନିଜ ଶରୀରରେ ଟାଟୁ କରିଥାନ୍ତି । ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ପର୍ଯ୍ୟନ୍ତ ସମସ୍ତେ ଏହି ଟାଟୁ ପଛରେ ଦିୱାନା । ଆଉ ଏହି ରେସରେ ସାମିଲ ଅଛନ୍ତି ଦୀପିକା, ଆଲିଆଙ୍କ ଭଳି ଆଗଧାଡିର ଅଭିନେତ୍ରୀ ।
କିଏ ନିଜର ପ୍ରେମ ଜାହିର କରିବା ପାଇଁ l ତ ଆଉ କିଏ ଫ୍ୟାସନ ପାଇଁ ଟାଟୁ କରିଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ବଲିଉଡର ସେମିତି କିଛି ଟପ୍ ଅଭିନେତ୍ରୀଙ୍କ ସମ୍ପର୍କରେ ଯେଉଁମାନେ ନିଜ ଶରୀରରେ କରିଛନ୍ତି ଟାଟୁ ।
ରାକ୍ଷୀ ସାୱନ୍ତ
ବିବାଦର ଦ୍ବିତୀୟ ନାମ ରାକ୍ଷୀ ସାୱନ୍ତ । ସବୁବେଳେ ବିବାଦରେ ଛନ୍ଦି ହୋଇ ଟପ୍ରେ ରହୁଥିବା ରାକ୍ଷୀ ଟାଟୁ କରିବାରେ ମଧ୍ୟ ଟପ୍ରେ । ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଛନ୍ତି ରାକ୍ଷୀ ।
ଆଲିଆ ଭଟ୍ଟ
ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା କ୍ୟୁଟ ଆଲିଆଙ୍କ ଟାଟୁ ମଧ୍ୟ ତାଙ୍କ ଫିଲ୍ମ ପରି ସାନଦାର । ସେ ବେକର ପଛପାର୍ଶ୍ବରେ ପଟାକା ନାମରେ ଏକ ଟାଟୁ କରିଛନ୍ତି ।
ଇଶା ଦେଓଲ
ସେହିପରି ଅଭିନେତ୍ରୀ ଇଶା ମଧ୍ୟ ପିଠିରେ ଗାୟତ୍ରୀ ମନ୍ତ୍ରର ଟାଟୁ କରିଛନ୍ତି ।
ଦୀପିକା ପାଦୁକୋନ
ତେବେ ସବୁଠାରୁ ଚର୍ଚ୍ଚିତ ଟାଟୁ ରହିଛି ରଣଭୀରଙ୍କ ଧର୍ମପତ୍ନୀ ଦୀପିକାଙ୍କର । ପ୍ରଥମେ ସେ ନିଜ ବେକରେ ଏକ୍ସ ବୟଫ୍ରେଣ୍ଡ ରଣବିରଙ୍କ ପାଇଁ ଆର୍କେ ନାମରେ ଏକ ଟାଟୁ ବନାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବ୍ରେକଅପ ପରେ ସେ ଏହାକୁ ପୁର୍ନ ଡିଜାଇନ କରିଥିଲେ । ଏହା ବ୍ୟତିତ ସେ ନିଜ ପାଦରେ ମଧ୍ୟ ଏକ ଟାଟୁ କରିଛନ୍ତି ।
ପ୍ରିୟଙ୍କା ଚୋପ୍ରା
ଇଣ୍ଟରନ୍ୟାସନାଲ ସେଲେବ୍ରେଟି ପିସି । ନିଜର ଫ୍ୟାସନ ମାଧ୍ୟମରେ ସର୍ବଦା ଦର୍ଶକଙ୍କୁ ଆଟ୍ରାକ୍ଟ କରୁଥିବା ପ୍ରିୟଙ୍କା ବାପାଙ୍କ ପାଇଁ ଏକ ଟାଟୁ କରିଛନ୍ତି ।
କଙ୍ଗନା ରଣାୱତ
ବିବାଦୀୟ ବୟାନ ବାଜି ପାଇଁ ପରିଚିତ କଙ୍ଗନା । ତେବେ ବଲିଉଡ ଏହି କୁଇନ ମଧ୍ୟ ନିଜର ବେକ ଏବଂ ପାଦରେ ଟାଟୁ କରିଛନ୍ତି ।