ETV Bharat / sitara

ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ନେଇ ନିରାଶ ସୁଶାନ୍ତଙ୍କ ଭଉଣୀ

author img

By

Published : Jun 11, 2021, 9:15 AM IST

Updated : Jun 11, 2021, 9:22 AM IST

ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ନିରାଶ ଅନୁଭବ କରୁଛନ୍ତି ବୋଲି ଜଣାଇଲେ ସୁଶାନ୍ତଙ୍କ ଭଉଣୀ ମିତୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଦିବଂଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନ ଉପରେ ଫିଲ୍ମ କିମ୍ବା ଡକ୍ୟୁମେଣ୍ଟ୍ରି ନିର୍ମାଣ ଉପରେ ରୋକ ଲଗାଇବା ଯାଚିକା ଖାରଜ କରିଦେଇଛନ୍ତି । ଜଷ୍ଟିସ ସଞ୍ଜୀବ ନରୁଲା, ସୁଶାନ୍ତଙ୍କ ପିତା କ୍ରିଷ୍ଣା କିଶୋର ସିଂଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଜୁନ୍ 2ରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଇତିମଧ୍ୟରେ କୋର୍ଟର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତଙ୍କ ବଡ ଭଉଣୀ ମିତୁ ସିଂ ।

ସେ ଟ୍ବିଟ କରି ଲେଖିଛନ୍ତି, ‘କୋର୍ଟଙ୍କ ନିଷ୍ପତ୍ତିରେ ଅତ୍ୟନ୍ତ ନିରାଶ । ଜଷ୍ଟିସ୍ ଫର୍ ସୁଶାନ୍ତ ।’ କଥାଟି ହେଲା ଯେ କୋର୍ଟ ଦ୍ବାରା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମାଣ ହେଉଥିବା ଫିଲ୍ମ କିମ୍ବା ଡକ୍ୟୁମେଣ୍ଟ୍ରି ଉପରେ କୌଣସି ରୋକ ଲାଗିବ ନାହିଁ । ଯାହାକୁ ନେଇ ନିରାଶ ଅଛନ୍ତି ପୁରା ସିଂ ପରିବାର ।

ଶୁଣାଣି ସମୟରେ ‘ଶଶାଙ୍କ’ ଫିଲ୍ମ ନିର୍ମାତା ପାଇଁ ହାଜର ହୋଇଥିବା ଆଡଭୋକେଟ୍ ଏପି ସିଂ କହିଥିଲେ ଯେ ସୁଶାନ୍ତଙ୍କ ଜୀବନ ସହ ଏହି ଫିଲ୍ମର କୌଣସି ସମ୍ପର୍କ ନାହିଁ । ଫିଲ୍ମର ନାମ ଏବଂ ଚରିତ୍ରମାନଙ୍କ ନାମ ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଭଳି ରଖାଯାଇନାହିଁ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ସମସ୍ତ ମାମଲା ମୁମ୍ବାଇରେ ଚାଲିଥିବାରୁ ଦିଲ୍ଲୀ ହାଇକୋର୍ଟର ଏହି ମାମଲାର ଶୁଣାଣି କରିବାର ଅଧିକାର ନାହିଁ । ଏହି ସବୁ ପକ୍ଷ ଶୁଣିବା ପରେ ଫିଲ୍ମ ଉପରେ ରୋକ ନଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

@IANS

Last Updated : Jun 11, 2021, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.