ETV Bharat / sitara

କାହିଁକି ଦିଶାଙ୍କ ଫୋନ ଫରେନ୍ସିକ ଟିମକୁ ଦିଆଯାଇନଥିଲା, ପ୍ରଶ୍ନ ଘେରରେ ମୁମ୍ବାଇ ପୋଲିସ - ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ

ପୁଣି ଦିଶାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ତାଙ୍କ ମୃତ୍ୟୁର କିଛି ଦିନ ପର୍ଯ୍ୟନ୍ତ ଆକ୍ଟିଭ ଥିଲା ଫୋନ । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 24, 2020, 7:31 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସରେ ସିବିଆଇ ଯାଞ୍ଚ କରୁଛି । ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା କେସ ଚର୍ଚ୍ଚାରେ । ସେ ସୁଶାନ୍ତଙ୍କ ଆତ୍ମହତ୍ୟାର 6 ଦିନ ପୂର୍ବରୁ ଛାତରୁ ଡେଇଁ ସୁସାଇଡ କରିଥିଲେ । ଦୁଇଜଣଙ୍କ ଆତ୍ମହତ୍ୟାରେ କିଛି କନେକ୍ସ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ଦିଶାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଦିଶାଙ୍କ ଫୋନ ତାଙ୍କ ମୃତ୍ୟୁ ପରେ ମଧ୍ୟ ଆକ୍ଟିଭ ଥିଲା । ହେଲେ ତାଙ୍କ ଫୋନ ଯାଞ୍ଚ ପାଇଁ ଫରେନ୍ସିକ ଟିମ ପାଖକୁ ପଠାଯାଇନଥିଲା । ଜୁନ 17 ପର୍ଯ୍ୟନ୍ତ ଦିଶାଙ୍କ ଫୋନ ଆକ୍ଟିଭ ଥିଲା । ଏହି କଥାକୁ ନେଇ ବର୍ତ୍ତମାନ ମୁମ୍ବାଇ ପୋଲିସକୁ ପୁଣି ଟାର୍ଗେଟ କରାଯାଉଛି ।

ଖାଲି ଏତିକି ନୁହେଁ ଦିଶା ଆତ୍ମହତ୍ୟା କାହିଁକି କଲେ ? ସେହିପରି ଦିଶାଙ୍କ ପୋଷ୍ଟମାର୍ଟମର ଭିଡିଓ ଗ୍ରାଫି ମଧ୍ୟ ହୋଇନାହିଁ ଆଉ କ୍ରାଇମ ସିନର ଛାନଭିନ ମଧ୍ୟ କରାଯାଇନାହିଁ । ତାଙ୍କ ଅଟୋପ୍ସି ମଧ୍ୟ ମୃତ୍ୟୁର ଦୁଇ ଦିନ ପରେ ହୋଇଥିଲା । ଯାହାକୁ ନେଇ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ।

ପ୍ରକାଶ ଥାଉକି ଏହି ସବୁ କାରଣ ପାଇଁ ବର୍ତ୍ତମାନ ପୁଣି ସମସ୍ୟା ଘେରରେ ମୁମ୍ବାଇ ପୋଲିସ । ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନବାଚୀ ସୋସିଆଲ ମିଡିଆରେ ସୃଷ୍ଟି ହୋଇସାରିଛି । ଆଉ ଏବେ ଦିଶାଙ୍କ ଫୋନ କାହିଁକି ଯାଞ୍ଚ ପାଇଁ ଫରେନ୍ସିକ ଟିମକୁ ଦେଇନଥିଲା ପୋଲିସ, ଯାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.