ETV Bharat / sitara

ପୁଣି ଭାବବିହ୍ବଳ ସୁଶାନ୍ତଙ୍କ ଭଉଣୀ

author img

By

Published : Mar 4, 2021, 8:03 AM IST

ସୋସିଆଲ ମିଡିଆରେ ଧୌର୍ଯ୍ୟର ଅର୍ଥ ବୁଝାଇ ଭାଇ ସୁଶାନ୍ତଙ୍କ ପାଇଁ କବିତା ଲେଖିଲେ ଶ୍ବେତା । ମୃତ୍ୟୁ ରହସ୍ୟର ସମାଧାନ ପାଇଁ କରିଛନ୍ତି ଅପେକ୍ଷା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କ୍ରିତି ପୁଣି ଭାଇଙ୍କ ପାଇଁ ହେଲେ ଇମୋଶନାଲ । ଟ୍ବିଟ କରି ଜଣାଇଲେ ସେ ଏବଂ ତାଙ୍କ ପରିବାର ଧୌର୍ଯ୍ୟର ସହ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ସମାଧାନ ପାଇଁ ଅପେକ୍ଷା କରିଛନ୍ତି । 34 ବର୍ଷିୟ ଅଭିନେତା ଗତ ବର୍ଷ ଜୁନ 14ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାପରଠୁ ସୋସିଆଲ ମିଡିଆରେ ସବୁବେଳେ ନ୍ୟାୟ ଦାବି କରିଆସୁଛନ୍ତି ଶ୍ବେତା ।

  • Literal meaning of Patience-⁰the capacity to accept or tolerate delay, trouble, or suffering without getting angry or upset. And PATIENT we have been! #TruthAboutSushant

    — Shweta Singh Kirti (@shwetasinghkirt) March 3, 2021 " class="align-text-top noRightClick twitterSection" data=" ">

ସେହିପରି ସେ ନୂଆ ଟ୍ବିଟରେ ଲେଖିଛନ୍ତି, ‘ଧୌର୍ଯ୍ୟର ଅର୍ଥ ହେଉଛି ବିଳମ୍ବ, ଅସୁବିଧା କିମ୍ବା ଦୁଃଖରେ କ୍ରୋଧ ନକରି ସହିବାର କ୍ଷମତା ।’ କାଲିଫର୍ଣ୍ଣିଆର ଡିଜାଇନର ଶ୍ବେତା ଭାଇଙ୍କ ଦେହାନ୍ତକୁ ନେଇ କବିତା ମଧ୍ୟ ଲେଖିଛନ୍ତି।

ପ୍ରକାଶ ଥାଉକି ଅଭିନେତାଙ୍କ ମୃତ୍ୟୁର କିଛି ଦିନ ପରେ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା, କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଏଜେନ୍ସି ପ୍ରକାଶ କରି ନାହିଁ। ସେପଟେ ତାଙ୍କ ମୃତ୍ୟୁ ମାମଲା ବଲିଉଡ ଡ୍ରଗ୍ସ କନେକ୍ସନରେ ପରିଣତ ହୋଇଛି । ଯାହାର ଯାଞ୍ଚ ଏନସିବି କରୁଥିବା ବେଳେ ଅନେକ ସେଲିବ୍ରିଟି ନିଜ ବୟାନ ରେକର୍ଡ କରିସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.