ETV Bharat / sitara

ବନ୍ଧା ହେଲେ ରିଆ, କହିଲେ 80 ପ୍ରତିଶତ ସେଲିବ୍ରିଟି ନିଅନ୍ତି ଡ୍ରଗ୍ସ

ବଲିଉଡର 80 ପ୍ରତିଶତ କଳାକାର ନିଅନ୍ତି ଡ୍ରଗ୍ସ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରିଆ । ସେ ମଧ୍ୟ ନିଜ ବୟାନରେ ଡ୍ରଗ୍ ଅଭ୍ୟସ୍ତ ଥିଲେ ବୋଲି ସ୍ବୀକାର ମଧ୍ୟ କରିଛନ୍ତି ।

author img

By

Published : Sep 9, 2020, 1:53 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ଲିଙ୍କରେ ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଗିରଫ ହୋଇଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଏନସିବି କାର୍ଯ୍ୟାଳୟ ଲକଅପରେ ରାତି ବିତାଇବା ପରେ ବୁଧବାର ସକାଳେ ରିଆଙ୍କୁ ଭାୟକୁଲ୍ଲା ଜେଲକୁ ପଠାଯାଇଛି । ଗତକାଲି ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଆଜି ଅଧିବେଶନ କୋର୍ଟକୁ ଯିବେ ବୋଲି ଶୁଣିବାକୁ ମିଳୁଛି ।

ଖବର ଅନୁଯାୟୀ, ଜାମିନ ଆବେଦନ ସମୟରେ ରିଆ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ ଯେ ବଲିଉଡର ପ୍ରାୟ 80 ପ୍ରତିଶତ ସେଲିବ୍ରିଟି ଡ୍ରଗ୍ ନିଅନ୍ତି । କେବଳ ଏତିକି ନୁହେଁ ସେ ମଧ୍ୟ ଦାବି କରିଛନ୍ତି ଯେ ତାଙ୍କୁ କୌଣସି ଏଜେନ୍ସି ଦ୍ବାରା ଚାପ ଦିଆଯାଇନାହିଁ | ସେହିପରି ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ମଧ୍ୟ ନିଜ ବୟାନରେ କହିଥିଲେ ଯେ ତାଙ୍କ ଭଉଣୀଙ୍କ ନିର୍ଦ୍ଦେଶରେ ସାମୁଏଲ ମିରାଣ୍ଡା, ସୁଶାନ୍ତଙ୍କୁ ଡ୍ରଗ ଦେଉଥିଲେ ।

ପ୍ରକାଶ ଥାଉକି ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିସି)ର ଧାରା 89 (ସି), 20 (ବି), 27 (ଏ), 28 ଏବଂ 29 ଅନୁଯାୟୀ ରିଆଙ୍କୁ ଗିରଫ କରାଯାଇଥିଲା । ଏହାସହ ସେପ୍ଟେମ୍ବର 22 ପର୍ଯ୍ୟନ୍ତ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.