ETV Bharat / sitara

ସୁଶାନ୍ତଙ୍କୁ ଏକ ବର୍ଷ ମଧ୍ୟରେ କୌଣସି କଲ୍ କରିନଥିଲେ ସନ୍ଦୀପ !

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କର ନିଜ ଭଲ ବନ୍ଧୁ କହିଆସୁଥିବା ସନ୍ଦୀପଙ୍କୁ ନେଇ ଖୁଲାସା ହୋଇଛି । ଫୋନ କଲରୁ ଜଣାପଡୁଛି ଯେ ସେ ସୁଶାନ୍ତଙ୍କ ସହ ଦୀର୍ଘ ସମୟରୁ ସେ କଥା ହୋଇନଥିଲେ ।

author img

By

Published : Aug 25, 2020, 6:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ନୂଆ ଅପଡେଟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କୁ ନିଜର ଖାସ୍ ବନ୍ଧୁ କହୁଥିବା ନିର୍ମାତା ସନ୍ଦୀପ ସିଂଙ୍କ କଲ ଡିଟେଲ୍ସକୁ ନେଇ ଚର୍ଚ୍ଚା । ଯେଉଁଥିରେ ବଡ ଖୁଲାସା ହୋଇଛି । ଗତ ଏକ ବର୍ଷ ମଧ୍ୟରେ ସନ୍ଦୀପ ଓ ସୁଶାନ୍ତଙ୍କ ମଧ୍ୟରେ କୌଣସି କଥାବର୍ତ୍ତା ହୋଇନଥିଲା । ସେପଟେ ସୁଶାନ୍ତଙ୍କ ପରିବାର ମଧ୍ୟ ସନ୍ଦୀପଙ୍କ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଲ ଡିଟେଲ୍ସ ଅନୁଯାୟୀ ସନ୍ଦୀପ ଏକ ବର୍ଷ ମଧ୍ୟରେ ସୁଶାନ୍ତଙ୍କୁ ଥରେ ମଧ୍ୟ କଲ କରିନଥିଲେ । ଏହା ସତ୍ତ୍ବେ ସେ ସୁଶାନ୍ତଙ୍କୁ ନିଜର ଭଲ ବନ୍ଧୁ କହିଆସୁଛନ୍ତି । ପ୍ରକାଶ ଥାଉକି ସୁଶାନ୍ତଙ୍କ ପରିବାର ପ୍ରଥମ ଦିନରୁ ହିଁ ଦାବି କରିଆସୁଛନ୍ତି ଯେ ସନ୍ଦୀପଙ୍କୁ କେହି ଜାଣିନାହାଁନ୍ତି । ପରିବାରର କୌଣସି ସଦସ୍ୟଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ସୁଶାନ୍ତଙ୍କ ଭଲ ବନ୍ଧୁ ଥିଲେ ସନ୍ଦୀପ ।

ସେହିପରି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସନ୍ଦୀପ ସାମ୍ନାକୁ ଆସି କାମ କରୁଥିବାର ନଜର ଆସିଥିଲେ । ହସ୍ପିଟାଲରୁ ନେଇ ଶଶ୍ମାନ ଘାଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ସନ୍ଦୀପଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ଭଉଣୀଙ୍କ ସହ ମଧ୍ୟ ନଜର ଆସିଥିଲେ ସେ ।

ବର୍ତ୍ତମାନ ସମସ୍ତଙ୍କ ମନରେ ସନ୍ଦୀପଙ୍କୁ ନେଇ ଗୋଟିଏ ପ୍ରଶ୍ନ ସେ ସୁଶାନ୍ତଙ୍କ ମୃତଦେହ ନିଆଯାଇଥିବା ହସ୍ପିଟାଲକୁ କାହିଁକି ଯାଇଥିଲେ । ସେଠାକୁ ତାଙ୍କୁ କେହି ପଠାଇଥିଲେ ନା ସେ ନିଜେ ଯାଇଥିଲେ । ଏହିପରି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.