ETV Bharat / sitara

ସୁଶାନ୍ତଙ୍କ କେସ: ଆକ୍ସନମୁଡରେ ସିବିଆଇ, ରେକର୍ଡ ହେବ ରୋଷେୟାଙ୍କ ବୟାନ - ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପାଇ ଗେଷ୍ଟ ହାଉସ ନେଇଛି ସିବିଆଇ

ସିବିଆଇ ହାତରେ ଏବେ ସୁଶାନ୍ତଙ୍କ କେସ । ଯାଞ୍ଚର ପ୍ରଥମଦିନରେ ରୋଷେୟାଙ୍କୁ ଉଠାଇ ନେଇଛନ୍ତି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 21, 2020, 12:47 PM IST

Updated : Aug 21, 2020, 2:54 PM IST

ମୁମ୍ବାଇ: ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି ସିବିଆଇ ଟିମ । ଇତିମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ସହ ସମ୍ପୃକ୍ତ ଥିବା ରୋଷେୟାଙ୍କୁ ପଚରାଉଚରା ପାଇଁ ଗେଷ୍ଟ ହାଉସ ନିଆଯାଇଛି। ତାଙ୍କୁ ସେହି ଗେଷ୍ଟ ହାଉସକୁ ନିଆଯାଇଛି ଯେଉଁଠାରେ ସିବିଆଇ ରହୁଛନ୍ତି । ଦିଲ୍ଲୀରୁ ଆସିଥିବା ସିବିଆଇ ଅଧିକାରୀଙ୍କ ବୈଠକ ମୁମ୍ବାଇର ସାଣ୍ଟାକ୍ରୁଜରେ ଏୟାରଫୋର୍ସ ଟ୍ରାଞ୍ଜିଟ ଫ୍ୟାସିଲିଟିରେ ହେଉଛି।

ସିବିଆଇ ଟିମ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ନିବାସରୁ ଯାଞ୍ଚ ଆରମ୍ଭ କରିବେ। ଯେଉଁଠାରେ ସେ ଜୁନ 14ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏବେ ସିବିଆଇ ସ୍ପଷ୍ଟ କରିଛି ଯେ ସେ କୌଣସି ସନ୍ଦିଗ୍ଧଙ୍କୁ ସେପର୍ଯ୍ୟନ୍ତ ଗିରଫ କରିବେ ନାହିଁ ଯେପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ଠୋସ୍ ସାକ୍ଷୀ ନମିଳିଛି।

ସିବିଆଇ ସୂତ୍ରରୁ ଜଣାପଡିଛି ଯେ ବିଶେଷ ଯାଞ୍ଚ ଦଳର ଅଧିକାରୀ ଓ ଏକ ଫରେନ୍ସି ବିଶେଷଜ୍ଞ ସୁଶାନ୍ତଙ୍କ ନିବାସରେ କ୍ରାଇମ ସିନର ପୁନଃ ଯାଞ୍ଚ କରିବେ । ସିବିଆଇ ମୁମ୍ବାଇ ପୋଲିସର ସେହି ଟିମକୁ ମଧ୍ୟ ପଚରାଉଚରା କରିବ, ଯେଉଁମାନେ ପ୍ରଥମେ କ୍ରାଇମ ସିନରେ ପହଞ୍ଚିଥିଲେ । ଖାଲି ଏତିକି ନୁହେଁ ସିବିଆଇ ସେହି ସନ୍ଦିଗ୍ଧଙ୍କୁ ପୁନଃ ପଚରାଉଚରା କରିବ ଯାହାଙ୍କ ବୟାନ ପୂର୍ବରୁ ରେକର୍ଡ କରିସାରିଛି ମୁମ୍ବାଇ ପୋଲିସ ।

Last Updated : Aug 21, 2020, 2:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.