ETV Bharat / sitara

ସୁଶାନ୍ତ ମାମଲା: ଇଡି ଅଫିସ ପହଞ୍ଚିଲେ ଫ୍ଲାଟମେଟ ସିଦ୍ଧାର୍ଥ - ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କେସ

ଆଜି ରିଆଙ୍କ ସମତେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ମଧ୍ୟ ପଚରାଉଚରା କରିବେ ଇଡି । ନିକଟରେ ତାଙ୍କ ଇଡି ତରଫରୁ ସମନ ପଠାଯାଇଥିଲା ।

ଫଟୋସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋେ
ଫଟୋସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋେ
author img

By

Published : Aug 10, 2020, 3:58 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କେସ ଏବେ ସିବିଆଇ ସମ୍ଭାଳିବ । ସେପଟେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲେ ତାଙ୍କ ପିତା କେକେ ସିଂ । ଯାହାକୁ ଆଧାର କରି ଗତ ଶୁକ୍ରବାର ରିଆ ଓ ତାଙ୍କ ଭାଇ ଶୋଭିତ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ସେହିପରି ସୋମବାର ଦ୍ବିତୀୟ ଥର ରିଆଙ୍କୁ ପଚରାଉଚରା କରିଛନ୍ତି ଇଡି । ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ଫ୍ଲାଟମେଟ ତଥା କ୍ରିଏଟିଭ ମ୍ୟାନେଜର ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରାଯିବ ।

ଏଥିପାଇଁ ସୋମବାର ସିଦ୍ଧାର୍ଥ ମୁମ୍ବାଇ ଇଡି ଅଫିସରେ ପହଞ୍ଚିଛନ୍ତି । ସିଦ୍ଧାର୍ଥଙ୍କ ବ୍ୟତୀତ ରିଆଙ୍କ ପରିବାର ସଦସ୍ୟକୁ ପଚରାଉଚୁରା କରାଯିବ ।

ନିକଟରେ ସିଦ୍ଧାର୍ଥଙ୍କୁ ଇଡିରୁ ସମନ ପଠାଯାଇଥିଲା । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ କେକେ ସିଂ ବିହାର ପୋଲିସ ଷ୍ଟେସନରେ ରିଆ ଓ ତାଙ୍କ ପରିବାର ବିରୁଦ୍ଧରେ ମନି ଲଣ୍ଡରିଂ ଅଭିଯୋଗ କରି ଏଫଆଇଆର ରୁଜୁ କରିଥିଲେ ।

ସେ ନିଜ ଅଭିଯୋଗରେ କହିଥିଲେ ରିଆ କେବଳ ସୁଶାନ୍ତଙ୍କ ସହ ଟଙ୍କା ପାଇଁ ମିଶିଥିଲେ । ସେ ସୁଶାନ୍ତଙ୍କ କୋଟି କୋଟି ଟଙ୍କା ଲୁଟିଛନ୍ତି । ଏହାସହ ସେ ସୁଶାନ୍ତଙ୍କୁ ପରିବାର ଠୁ ମଧ୍ୟ ଦୂରେଇ ରଖୁଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋେ

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.