ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ସିବିଆଇକୁ ନେଇ ଏମିତି କହିଲେ ରିଆଙ୍କ ଓକିଲ - ସିବିଆଇ ଯାଞ୍ଚ ନ୍ୟୁଜ

ରିଆଙ୍କ ଓକିଲ ଚାହୁଁଛନ୍ତି ସୁଶାନ୍ତଙ୍କ ମାମଲାରେ ଏଯାବତ ଯାଞ୍ଚ କରିଥିବା ସିବିଆଇ ସବୁ ବିଷୟରେ ଖୁଲାସା କରୁ । କାରଣ ତାଙ୍କ ଅନୁଯାୟୀ ଏବେ ସଠିକ୍ ସମୟ ଆସିଛି ଏହି ଦୁଃଖଦ ଘଟଣାକୁ ପାଶୋରିବାର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 28, 2020, 12:25 PM IST

Updated : Dec 28, 2020, 1:06 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 6 ମାସ ବିତିଗଲାଣି । ହେଲେ ଏଯାବତ ତାଙ୍କ ମାମଲା ଶାନ୍ତ ପଡିନାହିଁ । ତାଙ୍କ ମୃତ୍ୟୁ ବର୍ତ୍ତମାନ ବଲିଉଡ ଡ୍ରଗ୍ସ କେସରେ ସମ୍ପୃକ୍ତ ହୋଇଛି । ଯେଉଁଥିରେ ଫସିସାରିଲେଣି ଅନେକ ସେଲିବ୍ରିଟି । ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଏହି ଡ୍ରଗ୍ସ ମାମଲାରେ ନିକଟରେ ଜାମିନ ମିଳିଥିଲା । ଇତି ମଧ୍ୟରେ ରିଆଙ୍କ ଓକିଲ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ କରିଥିବା ସିବିଆଇକୁ ସବୁ ସୂଚନା ଦେବାକୁ କହିଛନ୍ତି ।

ଓକିଲ ସତୀଶ ମାନ ସିନ୍ଦେଙ୍କ ଅନୁଯାୟୀ, ସୁଶାନ୍ତ ମାମଲାର ତଦନ୍ତରେ ଏପର୍ଯ୍ୟନ୍ତ କଣ ମିଳିଛି ତାହା ସିବିଆଇ କହିବା ଉଚିତ୍ । ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘ଏହି ଦୁଃଖଦ ଘଟଣାକୁ ଭୁଲିବାର ଏହା ସଠିକ୍ ସମୟ । ଦୁଇ ମାସ ଯାଏଁ ଅନୁସନ୍ଧାନ କରିବା ପରେ ମୁମ୍ବାଇ ପୋଲିସ ଏହାର ରିପୋର୍ଟ ଉପସ୍ଥାପନ କଲାବେଳେ ବହୁତ ଚର୍ଚ୍ଚା ହୋଇଥିଲା । ମିଥ୍ୟା ଅଭିଯୋଗରେ ପାଟନାରେ ରିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା ।

ମୁମ୍ବାଇ ପୋଲିସ, ଇଡି, ଏନସିବି, ସିବିଆଇ ଏବଂ ପାଟନା ପୋଲିସ ରିଆଙ୍କ ବିରୋଧରେ ଏପର୍ଯ୍ୟନ୍ତ ଅନେକ ତଦନ୍ତ ଜାରି ରଖିଛି । କୌଣସି ପ୍ରମାଣ ବିନା ଜାଲ୍ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ତାଙ୍କୁ ଏକ ମାସ ଜେଲରେ ରହିବାକୁ ବାଧ୍ୟ କରି ଅନେକ ଏଜେନ୍ସି ଦ୍ବାରା ତାଙ୍କୁ ହଇରାଣ ମଧ୍ୟ କରାଯାଇଥିଲା । ଏହା ପରେ ହାଇକୋର୍ଟରୁ ଜାମିନ ପାଇବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।

ସୁଶାନ୍ତଙ୍କ ମୃତ୍ୟୁକୁ 6 ମାସ ବିତିଗଲାଣି । ମୁଁ ପୂର୍ବରୁ କହିଆସୁଛି ଯେକୌଣସି ଏଜେନ୍ସି ଯାଞ୍ଚ କରନ୍ତୁ ହେଲେ ସତ ସବୁବେଳେ ସତ ରହିବ ।’ ସେପଟେ ସତୀଶଙ୍କ ପୂର୍ବରୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ସିବିଆଇକୁ ଅପିଲ କରିଥିଲେ ଯେ ଯାହା ଏପର୍ଯ୍ୟନ୍ତ ତାଙ୍କ ମାମଲାରେ ମିଳିଛି ସମସ୍ତଙ୍କୁ ଜଣାଇବା ପାଇଁ ।

Last Updated : Dec 28, 2020, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.