ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ହ୍ବାର୍ଟ୍ସଆପ ଚାଟ ସେୟାର କରି ନିଜ ପକ୍ଷ ରଖିଲେ ସନ୍ଦୀପ

author img

By

Published : Sep 7, 2020, 1:21 PM IST

ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଥିବା ସନ୍ଦୀପ ଏବେ ସାମ୍ନାକୁ ଆସି ନିଜ ପ୍ରତିକ୍ରିୟା ଦେଇଛନ୍ତି । ଆଉ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ସେ ଖଣ୍ଡନ ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ଫସିବାରେ ଲାଗିନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ । ଏହି ଭାଇ-ଭଉଣୀ ସ୍ବୀକାର କରିସାରିଛନ୍ତି ଯେ ସେମାନେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ । ଯାହା ଉପରେ କଡାକଡି ଯାଞ୍ଚ କରୁଛି ଏନସିବି । ଶୁଣିବାକୁ ମିଳୁଛି ସୌଭିକଙ୍କ ପରେ ରିଆଙ୍କୁ ମଧ୍ୟ ଗିରଫ କରିପାରେ ଏନସିବି । ସେପରି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାରେ ରହିଆସୁଥିବା ତାଙ୍କ ବନ୍ଧୁ ତଥା ପ୍ରଯୋଜକ ସନ୍ଦୀପ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କାରଣ ସୁଶାନ୍ତଙ୍କ ପରିବାର ଲୋକ କହିଥିଲେ ସେମାନେ କେବେ ମଧ୍ୟ ସନ୍ଦୀପଙ୍କ ନାମ ସୁଶାନ୍ତଙ୍କ ପାଖରୁ ଶୁଣିନଥିଲେ । ଆଉ ସନ୍ଦୀପ କିପରି ନିଜକୁ ସୁଶାନ୍ତଙ୍କ ଖାସ୍ ବନ୍ଧୁ କହୁଛନ୍ତି । ଏହି କଥା ଉପରେ ମୁହଁ ଖୋଲିଛନ୍ତି ସନ୍ଦୀପ ।

ନିଜ ପକ୍ଷ ରଖିବାକୁ ଯାଇ ସେ ସୁଶାନ୍ତ ଓ ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିଥିବା ୱାଟ୍ସଆପ ଚାଟ ସେୟାର କରିଛନ୍ତି । ଯାହାଦ୍ବାରା ସେ ନିଜକୁ ସତ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହାସହ ସେ ଲୋକଙ୍କ ପ୍ରଶ୍ନର ଉତ୍ତମ ମଧ୍ୟ ଦେଇଛନ୍ତି । କାରଣ ଲୋକେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଆସୁଛନ୍ତି ଯେ ସୁଶାନ୍ତଙ୍କ ମୃତଦେହ ଦେଖିବା ପାଇଁ ସେ କାହା କହିବାରୁ ଯାଇଥିଲେ । ନା ସେ ପୂର୍ବରୁ ଜାଣିଥିଲେ ସୁଶାନ୍ତ ଆତ୍ମହତ୍ୟା କରିବେ । ଏହି ସବୁ ପ୍ରଶ୍ନକୁ ଖଣ୍ଡନ କରି ସନ୍ଦୀପ କହିଛନ୍ତି କି ଯେଉଁ ଲୋକେ ଏପରି ପ୍ରଶ୍ନ କରୁଛନ୍ତି ସେମାନେ କାହିଁକି ସୁଶାନ୍ତଙ୍କ ଘରକୁ ଯାଇ ଦେଖିଲେନି, କାହିଁକି ସୁଶାନ୍ତଙ୍କ ପରିବାର ସହ ଠିଆ ହେଲା ନାହିଁ ।

ପ୍ରକାଶ ଥାଉକି ନିକଟରେ ସେ ସିବିଆଇ ପଚରାଉଚରା ସମୟରେ କହିଥିଲେ ଯେ ତାଙ୍କ ସିବିଆଉ ସୁଶାନ୍ତଙ୍କ ଆତ୍ମହତ୍ୟା ଦିନ ତଥା ଜୁନ 14,15 ବିଷୟରେ ସବୁ ଡିଟେଲ୍ସ ପଚାରିଥିଲେ । ଆଉ ସେ ମଧ୍ୟ ସବୁ କଥା ସିବିଆଇଙ୍କୁ ଜଣାଇଛନ୍ତି ଯାହା ଯାହା ଘଟିଥିଲା । ଏହାସହ ସେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ପ୍ରକୃତରେ ସୁଶାନ୍ତଙ୍କ ହତ୍ୟାକାରୀ କିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.