ETV Bharat / sitara

ସୁଶାନ୍ତ ମାମଲା: ଭାଇରାଲ ହେଲା ଅଡିଓ ଟେପ, ନିଜ ଭବିଷ୍ୟତକୁ ନେଇ ଥିଲେ ଚିନ୍ତିତ

ରିଆ, ନିଜ ଆକାଉଣ୍ଟେଣ୍ଟ ଓ ଓକିଲ ସହ ଭବିଷ୍ୟତକୁ ନେଇ ଆଲୋଚନା କରିଥିଲେ ସୁଶାନ୍ତ । ଯାହାର 35 ମିନିଟ୍‌ର ଏକ ଅଡିଓ କ୍ଲିପ ବର୍ତ୍ତମାନ ଭାଇରାଲ ହେଉଛି ।

author img

By

Published : Aug 31, 2020, 3:35 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ସିବିଆଇ । ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି ମଧ୍ୟ କଡାକଡି ଯାଞ୍ଚ କରୁଛନ୍ତି । ହେଲେ ପ୍ରତିଦିନ ତାଙ୍କ କେସରେ କିଛି ନା କିଛି ଖବର ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଡିଲିଂ କଥା ସାମ୍ନାକୁ ଆସିଥିଲା । ଆଉ ଏବେ ସୁଶାନ୍ତଙ୍କ ଏକ ଅଡିଅ ଟେପ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ଆର୍ଥିକ ସମସ୍ୟା ଓ ଭବିଷ୍ୟତକୁ ନେଇ ଆଲୋଚନା କରିଥିଲେ । ଖାଲି ଏତିକି ନୁହେଁ ସେହି ଅଡିଓ ଟେପରେ ସେ ନିଜ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଯଦି ନିଜ ମହଙ୍ଗା ଗାଡି ଓ ଅନ୍ୟ ସମ୍ପତ୍ତି ଛାଡିବାକୁ ପଡେ ତେବେ ସେ ମନା କରିବେ ନାହିଁ ବୋଲି କହିଥିଲେ ।

35 ମିନିଟ୍‌ର ଏହି ଅଡିଓ ଟେପରେ ସୁଶାନ୍ତଙ୍କ ମାନସିକ ଚିନ୍ତା ବିଷୟରେ ରିଆ ତାଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇଜଣଙ୍କ ବ୍ୟତୀତ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ଓ ଓକିଲ ମଧ୍ୟ ଏହି କଥାବାର୍ତ୍ତାରେ ସାମିଲ ଥିଲେ । ସେହିପରି ଏହି ଆଲୋଚନାରେ ଅବସର ନେବା ଯୋଜନା, କାର ବିକ୍ରି କରିବା ଓ ଅଯଥା ଖର୍ଚ୍ଚ ବନ୍ଦ କରିବା ଇତ୍ୟାଦି କଥାବାର୍ତ୍ତା ହୋଇଥିଲେ ସମସ୍ତେ ।

ଆଉ ଫିଲ୍ମ କ୍ୟାରିୟର ବିଷୟରେ କଥା ହୋଇ ଅଡିଓରେ ସୁଶାନ୍ତ କହିଥିଲେ, ‘ଏହା କୌଣସି ଆର୍ଥିକ ଲାଭ ପାଇଁ ନୁହେଁ । ହେଲେ ଫିଲ୍ମ କ୍ୟାରିୟର ମନର ଏକ ଫେମ ପାଇଁ । ଗୋଟିଏ ଦିନ ମୁଁ କିଛି ଅଲଗା ଅନୁଭବ କରୁଛି ତ ଆଉ ଗୋଟିଏ ଦିନ ମୁଁ କିଛି ଭିନ୍ନ ଭାବୁଛି । ସେଥିପାଇଁ ମୁଁ ଆଉ ସମୟ ନଷ୍ଟ କରିବାକୁ ଚାହୁଁନାହିଁ ଏହି ସବୁ ଜିନିଷ ପାଇଁ ।’ ତାଙ୍କ ଏହି କଥା ଶୁଣି ଆଡଭାଇଜର କହିଥିଲେ, ଆମେ କିଛି ନିଷ୍ପତ୍ତି ନେବା ଯାହା ଉପରେ ଦୁଇଦିନ ମଧ୍ୟରେ ଆଲୋଚନା କରିବା । ସେପଟେ ରିଆ କହିଥିଲେ, ‘ଆମେ ସମସ୍ତେ ଭଲ ମଣିଷ । ଯାହା ହେବ ଠିକ୍ ହେବ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ଏହି ଆଲୋଚନାରେ ନିଜ ମହଙ୍ଗା ଗାଡି ବିକି ଅନ୍ୟ ଗାଡି କିଣିବାର ପ୍ଲାନିଂ ବିଷୟରେ ଜଣାଇଥିଲେ । ତେବେ ରିଆ, ତାଙ୍କ ଭାଇ ସୈଫିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି ଓ ଡ୍ରଗ ଡିଲର ରୂପେ ନାମ ସାମ୍ନାକୁ ଆସିଥିବା ଗୌରବ ଆର୍ଯ୍ୟାଙ୍କୁ ସୋମବାର ପଚରାଉଚରା କରୁଛି ସିବିଆଇ । ଯାହାପାଇଁ ସମସ୍ତେ ବର୍ତ୍ତମାନ ଡିଆରଡିଓ ଗେଷ୍ଟ ହାଉସରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.