ETV Bharat / sitara

ସୁଶାନ୍ତ କେସ: ସୁବ୍ରମଣ୍ୟମଙ୍କ ପ୍ରଶ୍ନ ଘେରରେ ରିଆ

author img

By

Published : Aug 21, 2020, 7:45 PM IST

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ମାମଲାରେ ଆଉ ଏକ ଖବର । ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ମୃତଦେହ ନିଆଯାଇଥିବା କୂପର ହସ୍ପିଟାଲରେ 45 ମିନିଟ୍ ପର୍ଯ୍ୟନ୍ତ ଥିଲେ ରିଆ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ସିବିଆଇକୁ କେସ ହସ୍ତାନ୍ତର କରିଦେଇଛନ୍ତି । ଯାହାକୁ ନେଇ ଖୁସି ସୁଶାନ୍ତଙ୍କ ପରିବାର ସଦସ୍ୟ । ସେପଟେ ମୁମ୍ବାଇରେ ପହଞ୍ଚି ସିବିଆଇ ଟିମ ଆଗାମୀ ଯାଞ୍ଚ ଆରମ୍ଭ କରିଦେଇଛି । ଏବେ ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ମୃତଦେହ ନିଆଯାଇଥିବା କୂପର ହସ୍ପିଟାଲକୁ ଯାଇଥିଲେ । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି ସିବିଆଇ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥି କି ରିଆ ସୁଶାନ୍ତଙ୍କ ପରିବାରର ସଦସ୍ୟ ନୁହେଁ ତେବେ ସେ କାହିଁକି ଅନ୍ୟ ଦୁଇ ଜଣଙ୍କ ସହ ସେଠାକୁ ଯାଇଥିଲେ ।

ଏହା ଉପରେ ଏବେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ପ୍ରଶ୍ନ ପଚାରି କହିଛନ୍ତି, ‘ରିଆ 45 ମିନିଟ୍ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଥିଲେ । ତେବେ ତାହାଲେ ସେ କଣ ରୁମ ଭିତରେ ଥିଲେ । ଯେବେ ପୋଷ୍ଟମାର୍ଟମ ଚାଲିଥିଲା ସେ ସାକ୍ଷୀ ବଦଳାଇବାରେ ହୁଏତଃ ବ୍ୟସ୍ତ ଥିଲେ।’

ପ୍ରକାଶ ଥାଉକି ଏହାପୂର୍ବରୁ ମଧ୍ୟ ସୁବ୍ରମଣ୍ୟମ, ସୁଶାନ୍ତଙ୍କ କେସରେ ଅନେକଥର ନିଜ ପ୍ରତିକ୍ରିୟା ଦେଇସାରିଛନ୍ତି । ସେ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.