ETV Bharat / sitara

10 ଦିନରେ ସିବିଆଇ ଯାଞ୍ଚ, ପୁଣି ସୁଶାନ୍ତଙ୍କ ଫ୍ଲାଟର ହେଲା ଛାନଭିନ

author img

By

Published : Aug 31, 2020, 6:56 PM IST

କ୍ରମାଗତ ଭାବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଯାଞ୍ଚ କରିଆସୁଛି ସିବିଆଇ । ଏଯାବତ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ବୟାନ ରେକର୍ଡ ହୋଇସାରିଲାଣି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲା ଯାଞ୍ଚରେ ତିନୋଟି ଏଜେନ୍ସି ସାମିଲ ଅଛ । ସିବିଆଇଠୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି କଡକଡା ଯାଞ୍ଚ କରୁଥିବାର ଦେଖାଯାଉଛନ୍ତି । ଏହି ମାମଲାରେ ସୋମବାର ସିବିଆଇ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି ଓ ଗୋଆ ହୋଟେଲ ମାଲିକ ତଥା ରିଆଙ୍କ ବନ୍ଧୁ ଗୌରବ ଆର୍ଯ୍ୟାଙ୍କୁ ପଚରାଉଚରା ଜାରି ରଖିଛି । ସେହିପରି ଶୁଣିବାକୁ ମିଳୁଛି ଯେ ସିବିଆଇର ଗୋଟିଏ ଟିମ ପୁଣି ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଘରକୁ ଯାଞ୍ଚ ପାଇଁ ଯାଇଛନ୍ତି । ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ଫ୍ଲାଟର ଛାତ, ପାଣି ଟାଙ୍କି ଆଉ ଆଖପାଖରେ ଥିବା ସବୁ ସ୍ଥାନର ଛାନଭିନ କରିଥିଲା ସିବିଆଇ ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ ମଧ୍ୟ ଲଗାତାର ସିବିଆଇ ଦ୍ବାରା ଜେରା ହେଉଛନ୍ତି । ସୋମବାର ସେ ପୁଣି ନିଜ ବୟାନ ଦେବା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେହିପରି ନିକଟରେ ରିଆଙ୍କ ଡିଲିଟ ହ୍ବାଟ୍ସଆପ ଚାଟ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଡ୍ରଗ ଡିଲିରର କଥା ସାମ୍ନାକୁ ଆସିଥିଲା । ଏହି ତାଲିକାରେ ରିଆଙ୍କ ବନ୍ଧୁ ତଥା ଗୋଆର ଜଣେ ବିଜନେସମ୍ୟାନ ଗୌରବଙ୍କ ନାମ ସାମିଲ ଥିଲା । ଯାହାକୁ ଆଧାର କରି ତାଙ୍କୁ ଦୁଇ ଦୁଇ ଥର ପଚରାଉଚରା କରିସାରିଲାଣି ସିବିଆଇ । ସୋମବାର ପାଖାପାଖି 6 ଘଣ୍ଟା ଗୌରବଙ୍କ ବୟାନ ରେକର୍ଡ କରାଯାଇଥିଲା ।

ଯଦି ରିଆଙ୍କ ବୟାନ କଥା ଆଲୋଚନା କରିବା, ତେବେ ଗତ ତିନିଦିନରେ ସିବିଆଇ ତାଙ୍କୁ 25 ଘଣ୍ଟା ପାଖାପାଖି ବିଭିନ୍ନ ପ୍ରଶ୍ନ ପଚାରିସାରିଛି । ଯେଉଁଥିରେ ଡ୍ରଗ ଡିଲିଂ କଥା ମଧ୍ୟ ସାମିଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.