ETV Bharat / sitara

ସୁଶାନ୍ତ ମୃତ୍ୟୁୁ ମାମଲା: ତୃତୀୟଥର ପାଇଁ ରିଆଙ୍କ ବାପାଙ୍କୁ ସିବିଆଇର ଜେରା

ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିସାରିଲେଣି ଅଭିନେତ୍ରୀ ରିଆଙ୍କ ବାପା । ତୃତୀୟଥର ରେକର୍ଡ ହେବାକୁ ଯାଉଛି ତାଙ୍କ ବୟାନ ।

author img

By

Published : Sep 3, 2020, 12:16 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ସିବିଆଇ । ଯାଞ୍ଚର 13 ଦିନରେ ପହଞ୍ଚିଲାଣି ସିବିଆଇ । ତାଙ୍କ ମାମଲାରେ ବାରମ୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା କରାଯାଉଛି । ଏହାସହ ତାଙ୍କ ପିତା-ମାତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଥିଲା । ଗୁରୁବାର ତୃତୀୟଥର ପାଇଁ ନିଜ ଷ୍ଟେଟମେଣ୍ଟ ଦେବାକୁ ରିଆଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ।

ସେହିପରି ଇନ୍ଦ୍ରଜିତ ବୁଧବାର ମଧ୍ୟ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ ଦ୍ବିତୀୟଥର ବୟାନ ଦେବାକୁ । ତାଙ୍କ ବ୍ୟତୀତ ଏଯାବତ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି ସିବିଆଇ । ପ୍ରକାଶ ଥାଉକି ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ ପାଟନାରେ ରିଆ ଓ ତାଙ୍କ ପରିବାର ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ଯାହାପରଠୁ ପୁରା ପରିବାରର ଯାଞ୍ଚ ଚାଲିଛି । ସେହିପରି ସିବିଆଇ ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି, ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ, ଡ୍ରଗ ଡିଲର ତଥା ରିଆଙ୍କ ବନ୍ଧୁ ଗୌରବ ଆର୍ଯ୍ୟାଙ୍କୁ ପଚରାଉଚରା କରିସାରିଲାଣି ।

ଏଯାବତ ସିବିଆଇ ରିଆଙ୍କୁ 36 ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିସାରିଲାଣି । ବୁଧବାର ସିବିଆଇ ତରଫରୁ ସୂଚନା ମିଳିଥିଲା ଯେ ସୁଶାନ୍ତଙ୍କ ମାମଲାରେ ମର୍ଡର କୌଣସି ତଥ୍ୟ ମିଳିନାହିଁ । ଯାହାକୁ ଆଧାର କରି ଏବେ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ଯାଞ୍ଚ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.