ETV Bharat / sitara

ସୁଶାନ୍ତଙ୍କ ମାମଲାରେ ଚୁପ ଅଛି ସିବିଆଇ - ସୁଶାନ୍ତ ସିଂ ରାଜପୁତ ସୁସାଇଡ ମାମଲାରେ ସିବିଆଇ ଓ ଇଡିଙ୍କ ଯାଞ୍ଚ ଜାରି ଅଛି

ଏଯାବତ ସୁଶାନ୍ତଙ୍କ କେସ ରେକର୍ଡ କରିଥିବା ବୟାନ ବିଷୟରେ କିଛି କହୁନାହିଁ ସିବିଆଇ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 14, 2020, 6:05 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ସୁସାଇଡ ମାମଲାରେ ସିବିଆଇ ଓ ଇଡିର ଯାଞ୍ଚ ଜାରି ରହିଛି । ସୁଶାନ୍ତ ମାମଲା ସିବିଆଇକୁ ହସ୍ତାନ୍ତର କଲା ପରେ ଅନେକଙ୍କ ବୟାନ ରେକର୍ଡ କରିଛି ସିବିଆଇ । ହେଲେ ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ହିଁ ସିବିଆଇ ଆଗାମୀ ଯାଞ୍ଚ ଆରମ୍ଭ କରିବ । କିନ୍ତୁ ଏଯାବତ ସିବିଆଇ ନିଜ ଯାଞ୍ଚକୁ ନେଇ ମୌନ ବ୍ରତ ପାଳନ କରୁଥିବାର ନଜର ଆସୁଛି ।

ସିବିଆଇ ଏହି କେସରେ ସମ୍ପୃକ୍ତ ଥିବା ଅନେକଙ୍କ ବୟାନ ରେକର୍ଡ କରିସାରିଛି । ହେଲେ ସେମାନଙ୍କ ନାମର ଏଯାବତ ଖୁଲାସା କରିନାହିଁ । ଏଜେନ୍ସି କୌଣସି ବି ତଥ୍ୟ ମିଡିଆରେ ଲିକ କରିବାକୁ ଚାହୁଁନାହିଁ ।

ପ୍ରକାଶ ଥାଉକି ସିବିଆଇ ଯେଉଁ ଲୋକଙ୍କ ବୟାନ ନେଇଛି ସେହିମାନେ ଏହି କେସ ପାଇଁ ମୁଖ୍ୟ ଅଟନ୍ତି । ଏହାକୁ ଆଧାର କରି ସିବିଆଇ ବର୍ତ୍ତମାନ କୌଣସି ବୟାନ ଦେଇନାହିଁ । ଅନ୍ୟପଟେ ଗୁରୁବାର ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ଏକ ଲେଖିତ ଯାଚିକା ଦାୟର କରିଥିଲେ । ଆଉ ଯେଉଁଥିରେ କହିଥିଲେ ବିହାରରେ ବିଳମ୍ବରେ ରୁଜୁ ହୋଇଥିବା ଏଫଆଇଆର ଜିରୋ । ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.