ETV Bharat / sitara

ମଙ୍ଗଳବାର ଇଡି ଜେରାରୁ ବଞ୍ଚିଛନ୍ତି ରିଆ, ଓକିଲଙ୍କ ଖୁଲାସା

author img

By

Published : Sep 1, 2020, 4:37 PM IST

ଇଡି ତରଫରୁ ରିଆଙ୍କୁ ମଙ୍ଗଳବାର ପଚରାଉଚରା କରାଯାଇନାହିଁ । ମନି ଲଣ୍ଡରିଂ ଅଭିଯୋଗ ପାଇଁ ଏଯାବତ ସେ ଇଡି ପ୍ରଶ୍ନର ସାମ୍ନା କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ମଙ୍ଗଳବାର ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ପିତା ଇନ୍ଦ୍ରଜିତ ଓ ମାତା ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚରା କରୁଛି ସିବିଆଇ । ସେହିପରି ସିବିଆଇ ବ୍ୟତୀତ ସୁଶାନ୍ତଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ଏନସିବି ମଧ୍ୟ ଯାଞ୍ଚ ଜାରି ରଖିଛନ୍ତି । ହେଲେ ଶୁଣିବାକୁ ମିଳୁଛି ଯେ ମଙ୍ଗଳବାର ଇଡି ତରଫରୁ ରିଆଙ୍କୁ ଡକାଯାଉନାହିଁ । ଯାହାର ସୂଚନା ଦେଇଛନ୍ତି ରିଆଙ୍କ ଓକିଲ ସତୀଶ ମାନସିନ୍ଦେ ।

ତାଙ୍କୁ ରିଆଙ୍କ ବିଷୟରେ ଏକ ସାକ୍ଷାତକାରରେ ପଚରାଯାଇଥିଲା କି ସେ ମଙ୍ଗଳବାର ଇଡି ଅଫିସ ଯିବେ କି ନାହିଁ । ଏହାର ଜବାବରେ ସତୀଶ କହିଥିଲେ ଯେ ମଙ୍ଗଳବାର ରିଆଙ୍କ ବୟାନ ନେବା ପାଇଁ ଇଡି ତରଫରୁ କୌଣସି ସମନ ମିଳିନାହିଁ ।

ପ୍ରକାଶ ଥାଇକି ନିକଟରେ ସତୀଶ କହିଥିଲେ, ରିଆଙ୍କ ସୁଶାନ୍ତଙ୍କ ପରିବାର ବିରୋଧରେ ଲିଗାଲ ଆକ୍ସନ ନେବେ । କାରଣ ସୁଶାନ୍ତଙ୍କ ପରିବାର ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଇଛନ୍ତି । ଯାହାକୁ ପୂର୍ବରୁ ଖଣ୍ଡନ କରିଆସୁଛନ୍ତି ରିଆ ।’ ସେହିପରି ନିକଟରେ ରିଆ ଏକ ନ୍ୟୁଜ ଚ୍ୟାନେଲର ସାକ୍ଷାତକାରରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ସୁଶାନ୍ତଙ୍କୁ ନେଇ ଅନେକ କଥାର ଖୁଲାସା ମଧ୍ୟ କରିଥିଲେ । ପିତା ଓ ଭଉଣୀମାନଙ୍କ ସହ କିପରି ସମ୍ପର୍କ ଥିଲା ସୁଶାନ୍ତଙ୍କର, ତାଙ୍କ ଡ୍ରଗ ନେବା କଥା , ଫ୍ଲାଇଟରେ ବସିବାକୁ ଡରୁଥିବା କଥା ବିଷୟରେ ଆଲୋଚନା କରିଥିଲେ ରିଆ । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.