ETV Bharat / sitara

ଆରକେ ବ୍ୟାନରେ ପୁଣି ନିର୍ମାଣ ହେବ ଫିଲ୍ମ, ସୂଚନା ଦେଲେ ରଣଧୀର - ଅଭିନେତା ରଣଧୀର କପରୁଙ୍କ ବଡ ଖୁଲାସା

ସାମ୍ନାକୁ ଆସିଲା ଖୁସି ଖବର । ବଲିଉଡକୁ ଅନେକ ରୋମାଣ୍ଟିକ ଫିଲ୍ମ ଦେଇସାରିଥିବା ଆରକେ ବ୍ୟାନରରେ ପୁଣି ଫିଲ୍ମ ଦେଖିବାକୁ ଯାଉଛନ୍ତି ଦର୍ଶକ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 6, 2020, 7:55 PM IST

ମୁମ୍ବାଇ: ‘ମେରା ନାମ ଜୋକର’, ‘ବବି’ ଓ ‘ସତ୍ୟମ ଶିବମ୍ ସୁନ୍ଦରମ’ ଭଳି ଶାନଦାର ଫିଲ୍ମ ନିର୍ମାଣ କରିଥିବା ନିର୍ମାତା, ନିର୍ଦ୍ଦେଶକ ରାଜ କପୁରଙ୍କ ବ୍ୟାନର ଆରକେ ଫିଲ୍ମସକୁ ସମସ୍ତେ ମିସ୍ କରୁଛନ୍ତି । ଦୁଇ ବର୍ଷ ପୂର୍ବେ ଆରକେ ଷ୍ଟୁଡିଓକୁ ବିକ୍ରି କରାଯିବା ଖବର ସାମ୍ନାକୁ ଆସିଥିଲା । ଏହି ଖବର ଶୁଣିବା ପରେ ବ୍ୟାନରରେ ପୁଣିଥରେ ଫିଲ୍ମ ନିର୍ମାଣ ହେବା ଆଶା ମଧ୍ୟ ହରାଇଥିଲେ ଦର୍ଶକ । ହେଲେ ଇତିମଧ୍ୟରେ ଏବେ ବ୍ୟାନରକୁ ନେଇ ଖୁସି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଖୁସି ହୋଇଯିବେ ସିନେ ପ୍ରେମୀ । କାରଣ ଚର୍ଚ୍ଚା ଜୋର ଧରିଛି ଯେ ଆରକେ ଫିଲ୍ମସ ବଲିଉଡକୁ ଜବରଦସ୍ତ କମବ୍ୟାକ କରିବାକୁ ଯାଉଛି ।

ଗତ କିଛି ଦିନରୁ ଏହି ଖବର ଜୋର ଧରିଛି ଯେ ଆରକେ ବ୍ୟାନର ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଆଜ୍ଞା ହଁ, ରାଜଙ୍କ ପୁଅ ତଥା ଲୋକପ୍ରିୟ ଅଭିନେତା ରଣଧୀର କପୁର ଏହି ଚର୍ଚ୍ଚା ଉପରେ ମୋହର ଲଗାଇଛନ୍ତି । ସେ ଆରକେ ଫିଲ୍ମସରେ ନିର୍ମାଣ କରିବେ ଫିଲ୍ମ ।

ଏକ ସାକ୍ଷାତକାରରେ ଯୋଗ ଦେଇ ରଣଧୀର ଏହି କଥାର ଖୁଲାସା କରି କହିଛନ୍ତି, ‘ହଁ ଆମେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ। ଏବେ ଆମେ ପୁଣି ଆରକେ ବ୍ୟାନର ଆରମ୍ଭ କରିବୁ | ଆମର ଆଗାମୀ ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ହେବ । ଯାହାକୁ ରାଜ କପୁରଙ୍କ ବଡ ପୁଅ ତଥା ମୁଁ ନିର୍ମାଣ କରିବି ।’

ପ୍ରକାଶ ଥାଉକି କିଛି ବର୍ଷ ତଳେ ନିଆଁ ଲାଗିବାରୁ ଆରକେ ଷ୍ଟୁଡିଓର ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । 2018ରେ ଏହାକୁ ଗୋଦରେଜ ପ୍ରପର୍ଟିକୁ ବିକ୍ରି କରିଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.