ETV Bharat / sitara

ଇରଫାନଙ୍କୁ ମନେ ପକାଇଲେ ପୁଅ ବାବିଲ, ସେୟାର କଲେ ଫଟୋ

author img

By

Published : Oct 10, 2020, 5:34 PM IST

ପିତା ଇରଫାନଙ୍କୁ ନେଇ ଇମୋସନାଲ ନଜର ଆସୁଛନ୍ତି ବାବିଲ । ସୋସିଆଲ ମିଡିଆରେ ଜନ୍ମ-ମୃତ୍ୟୁ ବିଷୟରେ ଏଥର ଲେଖିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ 6 ମାସ ବିତିଗଲାଣି । ହେଲେ ଏଯାବତ ତାଙ୍କ ବଡ ପୁଅ ବାବିଲ ଖାନ ସୋସିଆଲ ମିଡିଆରେ ପିତାଙ୍କୁ ସବୁବେଳେ ମନେ ପକାଉଥିବାର ଦେଖାଯାଉଛନ୍ତି । ସେ ପିତାଙ୍କ ପୁରୁଣା ଫଟୋ, ଭିଡିଓ ସେୟାର କରି ଅନେକଥର ଭାବବିହ୍ବଳ ପୋଷ୍ଟ କରିସାରିଛନ୍ତି । ଆଉ ଏବେ ଇରଫାନଙ୍କ ସମାଧି ଫଟୋ ସେୟାର କରି ଖାସ୍ କଥା ଲେଖିଛନ୍ତି ।

ଗୋଲାପ ଫୁଲରେ ସଜା ସମାଧି ଫଟୋର କ୍ୟାପସନରେ ବାବିଲ କହିଛନ୍ତି, ‘ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୁଏ, ସେ ଦୁର୍ବଳ ଏବଂ ସ୍ଥିର ଅଟେ । ଯେବେ ସେ ମରିଯାଏ, ସେ କଠିନ ଓ ଅସମ୍ବେଦନଶୀଳ ହୋଇଯାଏ । ସେହିପରି ଗଛ ବଢୁଥିବା ସମୟରେ ନରମ ଥାଏ କିନ୍ତୁ ଯେବେ ଏହା ଶୁଖିଯାଏ କଠିନରେ ପରିଣତ ହୁଏ । କଠିନତା ଏବଂ ଶକ୍ତି ହେଉଛି ମୃତ୍ୟୁର ସାଥୀ ।’

ଖାଲି ଏତିକି ନୁହେଁ ସେ ପିତାଙ୍କଠୁ ଶିଖିଥିବା ଜ୍ଞାନ ବିଷୟରେ କହିବା ସହ ବର୍ତ୍ତମାନ ସେ ନିଜକୁ ସବୁ ଜିନିଷ ପାଇଁ ଶିକ୍ଷା ଦେଉଥିବାର କଥା ପୋଷ୍ଟରେ ଆଲୋଚନା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.