ETV Bharat / sitara

ସମ୍ପର୍କୀୟଙ୍କୁ ହରାଇ ଦୁଃଖରେ ଇରଫାନଙ୍କ ପତ୍ନୀ

author img

By

Published : May 3, 2021, 2:23 PM IST

ହସ୍ପିଟାଲରେ ବେଡ୍ ନମିଳିବାକୁ ନିଜ ସମ୍ପର୍କୀୟଙ୍କୁ ମୃତ୍ୟୁ ଦେଖିଲେ ସୁତାପା । ସେୟାର କଲେ ଦୁଃଖ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପତ୍ନୀ ସୁତାପା ସିକଦାରଙ୍କ ଘରେ ଶୋକର ଛାୟା । ଦିଲ୍ଲୀରେ ଡାକ୍ତରଖାନାରେ ବେଡ୍ ଉପଲବ୍ଧ ନହେବା ଦ୍ବାରା କୋରୋନା ସଂକ୍ରମିତ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ଯାହାର ଦୁଃଖ ସେ ସୋସିଆଲ ମିଡିଆ ବଖାଣିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁତାପା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁତାପା

ସେ ଫେସବୁକ୍‌ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୋର ସମ୍ପର୍କୀୟ ସମୀର ବାନାର୍ଜୀଙ୍କ ସାହାଯ୍ୟ ପାଇଁ ମୁଁ ଦିନ ପୂର୍ବରୁ ପୋଷ୍ଟ କରିଥିଲି । ଆଜି ସେ ଆମକୁ ଛାଡି ଚାଲିଗଲେ । ଆମେ ଭାରତର ରାଜଧାନୀ ଦିଲ୍ଲୀରେ ଘରେ ଆଇସିୟୁ ସ୍ଥାପନ କରିପାରିଲୁ ନାହିଁ ଏବଂ ଆମେ ଡାକ୍ତରଖାନାରେ ଶଯ୍ୟା ପାଇପାରୁଲୁ ନାହୁଁ | ସାହାଯ୍ୟ କରିଥିବା ସମସ୍ତ କୋଭିଡ୍ ଯୋଦ୍ଧାମାନଙ୍କୁ ମୋର କୃତଜ୍ଞତା । ମୁଁ ତୁମ ସମସ୍ତଙ୍କୁ କେବେବି ଭୁଲି ପାରିବି ନାହିଁ, ମୁଁ ବଞ୍ଚିବା ପର୍ଯ୍ୟନ୍ତ ତୁମ ପାଇଁ ମୋର ଆଶୀର୍ବାଦ ଦେବି। ମୁଁ ସମୀର ଦାଙ୍କ ହସକୁ କେବେବି ଭୁଲି ପାରିବି ନାହିଁ । ମୁଁ ତାଙ୍କ ସହିତ ମୋର କିଶୋର ସ୍ମୃତିକୁ ସମ୍ମାନ କରିବି । ମୁଁ କଦାପି ଭୁଲିବି ନାହିଁ ଯେ ମୁଁ ତାଙ୍କ ପାଇଁ ଆଇସିୟୁରେ ଏକ ଶଯ୍ୟା ପାଇପାରିଲିନି । କାରଣ ସେ ଛୋଟା ରାଜନ ନଥିଲେ । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ।’

ଏପରି ସେ ଅନେକ କଥା ବଖାଣିଛନ୍ତି । ପ୍ରକାଶ ଥାଉକି ଗତ ଏପ୍ରିଲ 29ରେ ଇରଫାନଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ଥିଲା । ଏହି ଦିନରେ ସେ ପୁଣି ସ୍ବାମୀଙ୍କ କଥା ମନେ ପକାଇ ଭାବବିହ୍ବଳ ପୋଷ୍ଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.