ETV Bharat / sitara

ରାନୁଙ୍କୁ କିଛି ଏମିତି କହିଲେ ଲତା ଦିଦି - କିଶୋର ଦା

ରାନୁ ମଣ୍ଡଲଙ୍କ ଗୀତ ଯେଉଁଠାରେ ଧିରେ ଧିରେ ସମସ୍ତଙ୍କୁ ପସନ୍ଦ ଆସିବାରେ ଲାଗିଛି ସେହିଠାରେ ଲତା ନିଜର ପ୍ରତିକ୍ରିୟା ଦେଇ ରାନୁଙ୍କୁ ନକଲ ନକରିବାକୁ ପରାମର୍ଶ ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 3, 2019, 7:22 PM IST

ମୁମ୍ବାଇ: ଇଣ୍ଟରନେଟରେ ବର୍ତ୍ତମାନ ଛାଇ ଯାଇଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ଗୀତ ଦର୍ଶକଙ୍କ ଓଠରେ ଖୁବ୍ ଶୁଣିବାକୁ ମିଳୁଛି । ଏକ ପ୍ୟାର କା ନଗମା ଗୀତ ଗାଇ ଫେମସ ହୋଇଥିବା ରାନୁ ସଙ୍ଗୀତକାର ହିମେଶ ରେଶମିୟାଙ୍କ ସହ ତିନୋଟି ଗୀତ ରେକର୍ଡ କରିସାରିଲେଣି । ଏହାସହ ତାଙ୍କୁ ଅନେକ ଅଫର୍ସ ମଧ୍ୟ ମିଳିଛି । କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଭଳି ଗୀତ ଗାଇଥିବା ରାନୁଙ୍କୁ ନେଇ ପ୍ରଥମଥର ଲତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହାସହ ସେ ରାନୁଙ୍କୁ କିଛି ପରାର୍ମଶ ମଧ୍ୟ ଦେଇଛନ୍ତି ।

ପ୍ରକାଶ ଥାଉକି ଏକ ସାକ୍ଷାତକାରରେ ଲତା କହିଥିଲେ କି ଯଦି ତାଙ୍କ ନାଁ ଏବଂ କାମ ଜରିଆରେ କାହାର ଭଲ ହେଉଛି ତେବେ ସେ ନିଜକୁ ବହୁତ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । କିନ୍ତୁ ସେ ଏହା ମଧ୍ୟ ଅନୁଭବ କରୁଛନ୍ତି କି ନକଲ କରିବାରେ ଆପଣଙ୍କୁ ଅଧିକ ଦିନ ସଫଳତା ମିଳିବ ପାରିବନାହିଁ । କିଶୋର ଦା, ମହମ୍ମଦ ରଫି, ଆଶା ଭୋସଲେ ଓ ମୁକେଶଙ୍କ ଗୀତ ଗାଇ ଆକାଂକ୍ଷୀ ଗାୟକଙ୍କୁ କିଛି ସମୟ ପାଇଁ ଆଟେନସନ ମିଳିଥାଏ । କିନ୍ତୁ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ ।

ଟିଭିର ମ୍ୟୁଜିକ ଶୋରେ ଆସୁଥିବା ପ୍ରତିଯୋଗୀଙ୍କ ଚିନ୍ତା ପ୍ରକାଶ କରି ଲତା କହିଥିଲେ କି ଅନେକ ଛୁଆ ତାଙ୍କ ଗୀତ ବହୁତ ସୁନ୍ଦରତା ସହ ଗାଉଛନ୍ତି କିନ୍ତୁ କିଛି ଜଣଙ୍କୁ ତାଙ୍କ ପ୍ରଥମ ସଫଳତା ପରେ ହିଁ ମନେ ରଖାଯାଇିଛି । କେବଳ ସୁନିଧି ଚୌହାନ ଓ ଶ୍ରେୟା ଘୋଷଲାଙ୍କ କ୍ଷେତ୍ରରେ ଏହାର ବିପରୀତ ଦେଖିବାକୁ ମିଳିଛି । ନିଜ କଣ୍ଠ ହିସାବରେ ଗୀତ ଗାଇବାକୁ ଚେଷ୍ଟା କର । କାରଣ କିଛି ସମୟ ପରେ ଆପଣଙ୍କୁ ନିହାତି ନିଜ ହିସାବରେ ଗୀତ ବାଛିବାକୁ ପଡିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.