ମୁମ୍ବାଇ: ପୁଲୱାମା ଆକ୍ରମଣର ଦୁଇ ସପ୍ତାହ ପରେ ଭାରତ ପ୍ରତିଶୋଧ ନେଇଛି । ଭାରତୀୟ ସେନା ଦ୍ବାରା ଏୟାର ଷ୍ଟ୍ରାଇକ କରି ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଆଡକୁ ଧ୍ବଂସ କରାଯାଇଛି ।
ଅନ୍ୟପଟେ ପୁଲୱାମା ଆକ୍ରମଣ ପରେ ଦେଶର ସାଧାରଣ ଜନତାଙ୍କ ଠାରୁ ନେଇ ସେଲିବ୍ରିଟିଜ ପର୍ଯ୍ୟନ୍ତ ଶହୀଦ ପରିବାର ସହଯୋଗରେ ବାହାରିଛନ୍ତି । ଯିଏ ଯେପରି ସମ୍ଭବ ସେପରି ସାହାଯ୍ୟ କରିବାରେ ଲାଗିଛନ୍ତି । ଏହିକ୍ରମରେ ବର୍ତ୍ତମାନ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ସମ୍ପୃକ୍ତ ହୋଇଛନ୍ତି ।
ଏକ ସାକ୍ଷାତକାରରେ ଲତା ଘୋଷଣା କରିଛନ୍ତି କି ପିତା ଦିନାନାଥ ମଙ୍ଗେସକରଙ୍କ ପୂର୍ଣ୍ଣ୍ୟତିଥି ଏପ୍ରିଲ 24ରେ ଯବାନଙ୍କ ପରିବାରକୁ 1 କୋଟି ଟଙ୍କାର ଦାନ କରିବେ ।
ଏହାସହ ସେ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ଉପହାର ପଠାଇବା ପରିବର୍ତ୍ତେ ସେନାଙ୍କୁ ସାହାଯ୍ୟ କରନ୍ତୁ ।