ମୁମ୍ବାଇ: ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଯୋଗୁ ଗତ ସୋମବାର ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ସେ ସୁସ୍ଥ ହେବାର ସୂଚନା ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି ତାଙ୍କ ପରିବାର ସଦସ୍ୟ ଏବଂ ଟିମ । ଇତିମଧ୍ୟରେ ତାଙ୍କ ଟିମ ପକ୍ଷରୁ ନୂଆ ସୂଚନା ସାମ୍ନାକୁ ଆସିଯାଇଛି । ଲତା ଦିଦିଙ୍କ ଟିମ କହିଛନ୍ତି ଯେ ଆମେ ଏହି କଥା ଜଣାଇବାରେ ଖୁସି ଅନୁଭବ କରୁଛି ଯେ ଆପଣମାନଙ୍କ ପ୍ରାର୍ଥନା ଏବଂ ଶୁଭକାମନାର ଭଲ ପ୍ରଭାବ ଲତା ଦିଦିଙ୍କ ଉପରେ ପଡିଛି । ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି ।
ତାଙ୍କ ଟିମ ପକ୍ଷରୁ ଜାରି ହୋଇଥିବା ଷ୍ଟେଟମେଣ୍ଟ ଏନଏନଆଉ ଟ୍ବିଟରରେ ସେୟାର କରାଯାଇଛି । ପ୍ରକାଶ ଥାଉକି 90 ବର୍ଷିୟ ଲତା ମେଡିକାଲରେ ଭର୍ତ୍ତି ହେବା ପରେ ସୋସିଆଲ ମିଡିଆରେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାସହ ସୋସିଆଲ ମିଡିଆରେ ଅନେକ ମିଥ୍ୟା କଥା ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ପୂର୍ବରୁ ତାଙ୍କ ପରିବାର ପକ୍ଷରୁ ମଧ୍ୟ ତାଙ୍କ ସୁସ୍ଥ ହେବା ସୂଚନା ମିଳିଥିଲା । ଏହାସହ ତାଙ୍କ ଅସୁସ୍ଥ ଖବର ଶୁଣି ଚିନ୍ତାରେ ଆସିଯାଇଥିଲେ ବଲିଉଡ ସେଲିବ୍ରିଟି । ସୋସିଆଲ ମିଡିଆରେ ଅନେକ ତାଙ୍କ ଦୀର୍ଘାୟୁ କାମନା କରିଥିବାର ନଜର ଆସିଥିଲେ ।