ETV Bharat / sitara

କୋରୋନାକୁ ହରାଇଲେ ସ୍ବର ସାମ୍ରାଜ୍ଞୀ

author img

By

Published : Jan 31, 2022, 8:25 AM IST

କିଛି ଦିନ ତଳେ କୋରୋନା ଓ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବର୍ତ୍ତମାନ ସେ କୋରୋନା ଓ ନିମୋନିଆରୁ ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ । ଅଧିକ ପଢନ୍ତୁ

କୋରୋନାରୁ ସୁସ୍ଥ ହେଲେ ସ୍ବର ସାମ୍ରାଜ୍ଞୀ
କୋରୋନାରୁ ସୁସ୍ଥ ହେଲେ ସ୍ବର ସାମ୍ରାଜ୍ଞୀ

ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ତଥା ବର୍ଷୀୟାନ କଣ୍ଠଶିଳ୍ପୀ ଲତା ମଙ୍ଗେସକର କୋରୋନାକୁ ହରାଇଛନ୍ତି । କିଛି ଦିନ ତଳେ କୋରୋନା ଓ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବର୍ତ୍ତମାନ ସେ କୋରୋନା ଓ ନିମୋନିଆରୁ ମୁକ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଦାନାଙ୍କୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚରି ବୁଝିଛନ୍ତି । କିଛି ଦିନ ତଳେ ଲତା ଭେଣ୍ଟିଲେଟରରେ ରହିଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ହେଉଥିବାରୁ ଆଉ ଭେଣ୍ଟିଲେଟର ଆବଶ୍ୟକତା ନାହିଁ । କେବେଳ ଅକ୍ସିଜେନ ସପୋର୍ଟ ଦରକାର ପଡୁଛି । ଅଧିକ ବୟସ ହେତୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ବର୍ତ୍ତମାନ ସେ କୋରୋନାରୁ ସୁସ୍ଥ ବୋଲି କହିଛନ୍ତ ସ୍ବାସ୍ଥ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି କିଛି ଦିନ ତଳେ ୯୨ ବର୍ଷୀୟା ଲତା ମଙ୍ଗେସକର କୋରୋନା ସହ ନିମୋନିଆରେ ପୀଡିତ ହୋଇଥିଲେ । ଚିକିତ୍ସା ପାଇଁ ଗତ ୮ ତାରିଖରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.