ETV Bharat / sitara

କଙ୍ଗନାଙ୍କ ନାଁରେ ରୁଜୁ ହେବ ଏଫଆଇଆର - କଙ୍ଗନା ରଣାୱତଙ୍କ ନାମରେ ଏଫଆଇଆର ରୁଜୁ ନ୍ୟୁଜ

ବିବାଦ ଆଉ କଙ୍ଗନା ପରସ୍ପର ସହ ସବୁବେଳେ ଜଡିତ । ଥମିବାରେ ନାଁ ନେଇନାହିଁ ତାଙ୍କ ସମସ୍ୟା । ଏବେ ରୁଜୁ ହେବ ଏଫଆଇଆର ।

ଫଟୋ ସୌଜନ୍ୟ: ଇଟିଭି ଭାର୍ତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାର୍ତ, ବ୍ୟୁରୋ
author img

By

Published : Oct 13, 2020, 4:41 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ କର୍ଣ୍ଣାଟକର ତୁମକୁର କୋର୍ଟରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଥିଲା। କଙ୍ଗନାଙ୍କ ବିରୋଧରେ ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଦାଖଲ ହୋଇଥିବା ମାମଲାରେ କୁହାଯାଇଛି ଯେ କଙ୍ଗନା ଟ୍ବିଟ୍ କରି କୃଷି ବିଲକୁ ବିରୋଧ କରି ଚାଷୀଙ୍କୁ ଅପମାନିତ କରିଛନ୍ତି । ଏହାକୁ ଆଧାର କରି ଗତ 10 ତାରିଖରେ ତାଙ୍କ ବିରୋଧରେ ତୁମକୁର ଜିଲ୍ଲା ଅଦାଲତ ଏଫଆଇଆର ରୁଜୁ କରିବାକୁ କ୍ୟାତସନ୍ଦ୍ରା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଓକିଲ ଏଲ୍ ରମେଶ ନାୟକ ତାଙ୍କ ଟ୍ବିଟରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଥିରେ ସେ କେନ୍ଦ୍ରର ଚାଷୀ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ।

ଫଟୋ ସୌଜନ୍ୟ: ଇଟିଭି ଭାର୍ତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାର୍ତ, ବ୍ୟୁରୋ

ରମେଶ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମଏଫସି) କୋର୍ଟ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କ୍ୟାତସନ୍ଦ୍ରା ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.