ETV Bharat / sitara

ଆତ୍ମହତ୍ୟା ପୂର୍ବରୁ ପିତାଙ୍କ ସହ ଡିନର କରିଥିଲେ କୁଶଲ

author img

By

Published : Jan 3, 2020, 4:45 PM IST

ଡିସେମ୍ବର 26ରେ ଆତ୍ମହତ୍ୟା କରି ସମସ୍ତଙ୍କୁ କନ୍ଦାଇ ଦେଇଥିଲେ ପପୁଲାର ଆକ୍ଟର କୁଶଲ ପଞ୍ଜାବୀ । ଆତ୍ମହତ୍ୟା ପୂର୍ବରୁ ସେ ପତ୍ନୀ ଓ ପୁଅଙ୍କୁ ଦେଖା କରିବାକୁ ଯାଇଥିଲେ । ଆଉ ଏବେ ତାଙ୍କୁ ନେଇ ନୂଆ ଖୁଲାସା ହୋଇଛି ।

kushal punjabi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁଶଲ ପଞ୍ଜାବୀ

ମୁମ୍ବାଇ: ଟିଭି ଆକ୍ଟର କୁଶଲ ପଞ୍ଜାବୀଙ୍କ ମୃତ୍ୟୁକୁ ଏଯାବତ ଗ୍ରହଣ କରିପାରୁନାହାଁନ୍ତି ତାଙ୍କ ପରିବାର ଓ ବଲିଉଡ ଷ୍ଟାର୍ସ । ନିକଟରେ କୁଶଲ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । କାରଣ ତାଙ୍କ ଭଳି ଖୁସମିଜାଜ ବ୍ୟକ୍ତି ଏପରି ପଦକ୍ଷେପ ନେବେ ବୋଲି କେହି ବିଶ୍ବାସ କରିପାରୁନାହାଁନ୍ତି । ଏବେ କୁଶଲଙ୍କ ସହ ସମ୍ପୃକ୍ତ ଥିବା ଏକ ଖୁଲାସା ହୋଇଛି ।

କଥାଟି ହେଲା କି କୁଶଲ ଆତ୍ମହତ୍ୟା କରିବାର ଗୋଟିଏ ରାତି ପୂର୍ବରୁ ଏକଦମ ଠିକ ଥିଲେ । ସେ ନିଜ ପିତାଙ୍କ ସହ ଡିନର କରିବା ସହ ଡ୍ରିଙ୍କ ମଧ୍ୟ କରିଥିଲେ। ଏହାବ୍ୟତୀତ ନିକଟରେ ଶୁଣିବାକୁ ମିଳିଥିଲା ଯେ ସେ ଆତ୍ମହତ୍ୟା କରିବା କିଛି ଦିନ ପୂର୍ବରୁ ନିଜ ପତ୍ନୀ ଓ ପୁଅକୁ ଦେଖା କରିବାକୁ ଯାଉଥିଲେ।

ତାଙ୍କ ପିତାଙ୍କ ଅନୁଯାୟୀ ପୁଅ ସହ ଡିନର କଲାବେଳେ କିଛି ସ୍ପେଶାଲ କଥାବାର୍ତ୍ତା କରିନଥିଲେ । କେବଳ ସେହି କଥାବାର୍ତ୍ତା ହୋଇଥିଲା ଯାହା ଜଣେ ପିତା ଓ ପୁଅ ମଧ୍ୟରେ ହୋଇଥାଏ । କୁଶଲ ସକ୍ରିଟ ରେସ ସମୟରେ ଆହତ ହୋଇଯାଇଥିଲେ । ତାଙ୍କ କାନ୍ଧର ସର୍ଜରୀ ହେବାର ଥିଲା।

ପ୍ରକାଶ ଥାଉକି ନିକଟରେ ପୋଲିସ କହିଥିଲା ଯେ କୁଶଲଙ୍କ ବନ୍ଧୁ ଚେତନ ହଂସରାଜ ଜଣାଇଥିଲେ ଯେ ଡିସେମ୍ବର 22ରେ ପତ୍ନୀକୁ ବୁଝାଇବା ପାଇଁ କୁଶଲ ସଙ୍ଘାଇ ଯାଇଥିଲେ । ସେ ଚାହୁଁଥିଲେ ଯେ ତାଙ୍କ ପତ୍ନୀ ଓ ପରିବାର ଲଣ୍ଡନରେ ରି-ଲୋକେଟ ହୁଅନ୍ତୁ। କୁଶଲ ଲଣ୍ଡନରେ ଚାକିରୀ କରୁଥିବାରୁ ସେ ପରିବାରକୁ ନିଜ ପାଖକୁ ନେବା ପାଇଁ ପ୍ଲାନିଂ କରୁଥିଲେ । ହେଲେ ତାଙ୍କ ପତ୍ନୀ ଏହି ପ୍ରସ୍ଥାବରେ ରାଜି ନଥିଲେ। ଯାହାଦ୍ବାରା କୁଶଲଙ୍କ ବୈବାହିକ ଜୀବନ ଭାଙ୍ଗିବାକୁ ଯାଉଥିଲା। ଯାହା ତାଙ୍କ ମୃତ୍ୟୁର କାରଣ ସାଜିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.