ETV Bharat / sitara

ଆଜି ଦୁଲହନ୍‌ ବେଶରେ ସଜେଇ ହେବେ Kundali Bhagya ଷ୍ଟାର

ଆଜି(ମଙ୍ଗଳବାର) ବିବାହ କରିବାକୁ ଯାଉଛନ୍ତି କୁଣ୍ଡଳୀ ଭାଗ୍ୟ ଷ୍ଟାର ଶ୍ରଦ୍ଧା ଆର୍‌ୟା । ଗତକାଲି ସେ ମେହେନ୍ଦୀ ଫଙ୍କସନର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଅଧିକ ପଢନ୍ତୁ

author img

By

Published : Nov 16, 2021, 2:14 PM IST

ଆଜି ଦୁଲହନ୍‌ ବେଶରେ ସଜେଇ ହେବେ Kundali Bhagya ଷ୍ଟାର ଶ୍ରଦ୍ଧା

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା କୁଣ୍ଡଳୀ ଭାଗ୍ୟ ଷ୍ଟାର ଶ୍ରଦ୍ଧା ଆର୍‌ୟା ଆଜି ଦୁଲହନ ବେଶରେ ସଜେଇ ହେବେ । କାରଣ ଆଜି ସେ ବିବାହ ବନ୍ଧନରେ ହେବାକୁ ଯାଉଛନ୍ତି ଆବଦ୍ଧ । ଶ୍ରଦ୍ଧା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ପ୍ରି-ୱେଡିଙ୍ଗ ଫେଷ୍ଟିଭାଲ ତଥା ମେହେନ୍ଦୀ ସେରିମନି ଓ ନିର୍ବନ୍ଧ ମୁଦିର ଏକ ଝଲକ ଦେଖାଇଛନ୍ତି ।

ଶ୍ରଦ୍ଧା ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଏକ ପର୍ପଲ ଓ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, "ସବୁଠୁ ସହଜ ହଁ, ଯାହାକି ମୁଁ ପୂର୍ବରୁ କେବେ କହିନଥିଲି" । ଏହି ଫଟୋ ସେୟାର କରିବା ପରେ ଶ୍ରଦ୍ଧାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଏଥିରେ ନାଗିନ ଆକ୍ଟର ଅର୍ଜୁନ ବିଜଲାନୀ ଲେଖିଛନ୍ତି ଯେ, " ବେବି ବେବି ବେବି..ଅନେକ ଅନେକ ଶୁଭେଚ୍ଛା । " ସେପଟେ ଅଙ୍କିତା ଲୋଖଣ୍ଡେ ମଧ୍ୟ ଶ୍ରଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କିଛି ରିପୋର୍ଟ ଅନୁସାରେ, ଶ୍ରଦ୍ଧା ଦିଲ୍ଲୀର ନୌସେନା ଅଧିକାରୀ ରାହୁଲ ଶର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଶ୍ରଦ୍ଧା ପୂର୍ବରୁ ଅନେକ ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଥିବା ବେଳେ କୁଣ୍ଡଳୀଭାଗ୍ୟରୁ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ସେ ମୁଖ୍ୟ ଅଭିନେତ୍ରୀ 'ପ୍ରୀତା' ଭୂମିକାରେ ଅଭିନୟ କରୁଛନ୍ତି । ଏହାସହିତ ସେ ଟିଭି ସିରିଏଲ 'ମେଁ ଲକ୍ଷ୍ମୀ ତେରେ ଆଙ୍ଗନ କି', 'ତୁମ୍ହାରି ପାଖି' ଓ 'ଡ୍ରିମଗର୍ଲ'ରେ ଅଭିନୟ କରିଛନ୍ତି ।

ଗତ ସେପ୍ଟେମ୍ବରରେ ଶ୍ରଦ୍ଧା ମ୍ୟୁଜିକ ଭିଡ଼ିଓ ତିତଲିୟାଁର କମବ୍ୟାକ ଟ୍ରାକରେ ନଜର ଆସିଥିଲେ । ଏଥିରେ ଅଫାସାନା ଖାନ କଣ୍ଠଦାନ କରିଛନ୍ତି । ଏଥିରେ ଶ୍ରଦ୍ଧାଙ୍କ ବିପକ୍ଷରେ କରନ କୁନ୍ଦ୍ରା ନଜର ଆସିଛନ୍ତି । ସେପଟେ ଶ୍ରଦ୍ଧାଙ୍କ ଆଉ ଏକ ମ୍ୟୁଜିକ ଭିଡ଼ିଓ ଆସନ୍ତା ୨୦ ତାରିଖରେ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.