ନୂଆଦିଲ୍ଲୀ: ଅଭିନେତା କୁନାଲ ଖେମୁ ଏବେ ନିଜର ଆଗାମୀ ଫିଲ୍ମ 'ମଲଙ୍ଗ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ । ଯେଉଁଥିରେ ତାଙ୍କ ବ୍ୟତୀତ ଆଦିତ୍ୟ ରାୟ କପୁର, ଅନିଲ କପୁର, ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବରୁ ତାଙ୍କର ଆଉ ଏକ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ’ ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ସେ ନେଗେଟିଭ ଭୂମିକାରେ ଅଭିନୟ କରିଥିବାର ଦେଖାଯାଇଥିଲେ । ଇତିମଧ୍ୟରେ ସାମ୍ନାକୁ ଆସିଛି ତାଙ୍କର ଏକ ବୟାନ ।
ସେ ଏକ ସାକ୍ଷାତକାରରେ କହିଛନ୍ତି କି ଯଦି 'ହମ ହେ ରାହି ପ୍ୟାର କେ'ର ରିମେକ ଆସିବ । ଆଉ ଏଥିରେ ସେ ଆମୀର ଖାନଙ୍କୁ ରିପ୍ଲେସ କରିବା ନେଇ ଖୁବ୍ ଉତ୍ସାହିତ ଅଛନ୍ତି ।
ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ହମ ହେ ରାହି ପ୍ୟାର କେ' ଫିଲ୍ମଟି ଏକ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ । ଯେଉଁଥିରେ ଆମୀର ଖାନ ଓ ଜୁହି ଚାୱଲାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ କୁନାଲ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ । ଫିଲ୍ମର କାହାଣୀରେ ଆମୀର ନିଜ ତିନି ଭଣଜା ଭାଣିଜୀଙ୍କ ଦାୟିତ୍ବ ନେଉଥିବା ଦେଖିବାକୁ ମିଳିଥିଲା । ଯାହାର ରିମେକରେ କୁନାଲ ଅଙ୍କଲ ଆମୀରଙ୍କ ପରି ଅଭିନୟ କରିବାକୁ ଚାହୁଁଛନ୍ତି ।