ମୁମ୍ବାଇ: ଆସନ୍ତା 21 ତାରିଖରେ ପୁରା ବିଶ୍ବରେ ପାଳନ ହେବ ବିଶ୍ବ ଯୋଗ ଦିବସ । ଯାହାକୁ ଆଧାର କରି ଲକଡାଉନରେ ପରିବାର ସହ ସମୟ ବିତାଉଥିବା ଫେମସ ଆକ୍ଟର କୁନାଲ ଖେମୁ ଏବେଠୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ମୁଖ୍ୟ କଥା ହେଲା ଯେ ସେ ନିଜ କୁନି ଝିଅ ଇନାୟାକୁ ଯୋଗ ଟ୍ରେନିଂ ଦେବାରେ ବ୍ୟସ୍ତ । ଯାହାର ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଯାହାକୁ କୁନାଲ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଭିଡିଓରେ ସେ ଝିଅକୁ ଯୋଗ ଶିଖାଉଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଆମେ ବିଶ୍ବ ଯୋଗ ଦିବସର ପ୍ରସ୍ତୁତି କରୁଛୁ । ଆଜି ଆମ ଦୁଇଜଣଙ୍କର କେଶ ଅଡୁଆ ହୋଇଛି ।’ ଆପଣ ମଧ୍ୟ ଦେଖନ୍ତୁ ଇନାୟାଙ୍କ ଏହି ଶାନଦାର ଯୋଗ ଭିଡିଓ...
- View this post on Instagram
Preparing for world yoga day 😂 P.s: both of us were having a bad hair day
">