ନୂଆଦିଲ୍ଲୀ : 'କୁଛ କୁଛ ହୋତା ହେ' ଚଳଚ୍ଚିତ୍ରରେ ଚାଇଲ୍ଡ ଆକ୍ଟର ଭାବରେ କାମ କରିଥିବା ଅଭିନେତା ପରଜାନ ଦସ୍ତୁର ଗାର୍ଲଫ୍ରେଣ୍ତ ଡେଲନା ଶ୍ରଫଙ୍କ ସହ ବିବାହ କରିଛନ୍ତି । ଉଭୟ ପାର୍ସୀ ରୀତିନୀତି ସହିତ ବିବାହ କରିଥିଲେ । ବିବାହରେ ପରଜାନ ଏକ ଧଳା କୁର୍ତ୍ତା ପାଇଜାମା ଏବଂ ମୁଣ୍ଡରେ ଟୋପି ପିନ୍ଧିଥିବାର ନଜର ଆସିଥିଲେ ଏବଂ ଅନ୍ୟ ପକ୍ଷରେ ଡେଲନା ମେରୁନ ରଙ୍ଗର ଶାଢୀ ପିନ୍ଧିଥିଲେ ।
- " class="align-text-top noRightClick twitterSection" data="
">
ବିବାହର ଫଟୋ ପରଜାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଷ୍ଟାଟସ ରେ ରଖିଛନ୍ତି । ଏଥିସହିତ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଏବେ ପରଜାନର କିଛି ବନ୍ଧୁ ଏବଂ ଫ୍ୟାନ୍ସ ବିବାହ ଫଟୋଗୁଡିକୁ #DELCOUNTSTHESTARS ହ୍ୟାସ୍ ଟ୍ୟାଗ୍ ସହିତ ସେୟାର କରୁଛନ୍ତି ।
ପ୍ରକାଶ ଥାଉ ଯେ, ପରଜାନ ଚଳଚ୍ଚିତ୍ର 'କୁଛ କୁଛ ହୋତା ହେ' ପରେ ତାଙ୍କୁ ଏକ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ପରଜାନ ସୋସିଆଲ ମିଡିଆରେ ନିଜର ଏବଂ ଡେଲନାଙ୍କ ଅନେକ ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ