ETV Bharat / sitara

ସାମ୍ବାଦିକଙ୍କୁ ଆକ୍ରମଣ, ହସିଲେ କୁକୁ - ‘ସାକ୍ରେଡ ଗେମ୍ସ’ର କୁକୁଙ୍କ ପ୍ରତିକ୍ରିୟା

ଗୁରୁବାର ସକାଳୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଜାତୀୟ ଗଣମାଧ୍ୟମର ସମ୍ପାଦକଙ୍କ ଭିଡିଓ। ଯାହାର ମଜାକ ଉଡାଉଛନ୍ତି ଅଭିନେତ୍ରୀ ତଥା ସମ୍ବାଦିକା କୁବ୍ରା ସିଟ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁବ୍ରା ସିଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁବ୍ରା ସିଟ
author img

By

Published : Apr 23, 2020, 5:13 PM IST

ମୁମ୍ବାଇ: ଗୁରୁବାର ଟ୍ବିଟରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ଫେମସ ଜାତୀୟ ଗଣମାଧ୍ୟମର ସମ୍ପାଦକ। ସେ ଭିଡିଓରେ କହିଛନ୍ତି ଯେ ବୁଧବାର ରାତିରେ ସେ ପତ୍ନୀଙ୍କ ସହ ନିଜ ଷ୍ଟୁଡିଓରୁ ଫେରୁଥିବା ବେଳେ ତାଙ୍କୁ ଦୁଇ ଦୃବୁର୍ତ୍ତ ବାଇକରେ ଆସି ଆକ୍ରମଣ କରିଥିଲେ। ଆଉ ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଗୁଣ୍ଡା ସେହି ଦୃବୁର୍ତ୍ତ ଥିଲେ। ଯାହାପରେ ତାଙ୍କର ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ ହେଉଛି। କେହି ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେହି ତାଙ୍କ ମଜାକ ଉଡାଇଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@କୁବ୍ରା ସିଟ

ମକାଜ ଉଡାଇବା ତାଲିକାରେ ସର୍ବପ୍ରଥମ ନାମ ‘ସାକ୍ରେଡ ଗେମ୍ସ’ର କୁକୁ ତଥା କୁବ୍ରା ସିଟ। ସେ ସମ୍ପାଦକଙ୍କ ଭିଡିଓରେ ମଜାକ କରି ଲେଖିଛନ୍ତି, ‘ଏ ସାମ୍ବାଦିକ ନା ରିଆଲିଟି ଶୋ ‘ରୋଡିଜ’ର ହୋଷ୍ଟ। ତାଙ୍କ ଗାର୍ଡ ପୋଲିସ ତୁଳନାରେ ଭଲ ପଚରାଉଚାର କରନ୍ତି। ମାନେ ହେଲା ଯେତେବେଳେ ଆମ ଆପଣଙ୍କୁ ରାୟ ଶୁଣାଉଛୁ ତେବେ ଆମକୁ ଆଇନର ଆବଶ୍ୟକ କଣ ଅଛି। ଏହା ମତେ ବହୁତ ଦୁଃଖ ଲାଗୁଛି ଯେ ମୁଁ ଆପଣଙ୍କୁ ମଞ୍ଚରେ ପ୍ରସ୍ତୁତ କରିବା ପାଇଁ ଭଲ କଥା କହିଥିଲି । ହେଲେ ଆପଣ କୌଣସି ବି ଭଲ ଶବ୍ଦର ଯୋଗ୍ୟ ନୁହେଁ।’

ସେପଟେ ବିଶିଷ୍ଟ ଅଭିନେତା ଅନୁପମ ଖେର, ଅଶୋକ ପଣ୍ଡିତ ଓ ମଧୁର ଭଣ୍ଡାରକର ଭଳି ସେଲିବ୍ରିଟି ସମ୍ପାଦକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଆଉ ଏହାକୁ କଦର୍ଯ୍ୟ କାର୍ଯ୍ୟ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.