ମୁମ୍ବାଇ: ବଲିଉଡରେ ଅନେକ ଷ୍ଟାର୍ସ ନିଜ କ୍ୟାରିୟର ମ୍ୟୁଜିକ ଭିଡିଓରୁ ଆରମ୍ଭ କରିଥାନ୍ତି। ଆଲିୟା ଭଟ୍ଟଙ୍କଠୁ ନେଇ ବିକ୍କୀ କୌଶଲ ପର୍ଯ୍ୟନ୍ତ ଅନେକ କଳାକାର ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି। ଇତିମଧ୍ୟରେ ବଲିଉଡରେ ନୂଆ ଚେହେରା ଦେଖିବାକୁ ଯାଉଛନ୍ତି ଦର୍ଶକ । ଆଜ୍ଞା ହଁ, ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ। ସେ ନିଜ କ୍ୟାରିୟର ବି-ଟାଉନର ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ମ୍ୟୁଜିକ ଭିଡିଓ ଜରିଆରେ ଆରମ୍ଭ କରିବେ।
ସେ ଅକ୍ଷୟଙ୍କ ସହ ବି ପ୍ରାଙ୍କଙ୍କ ଗୀତ ‘ଫିଲହାଲ’ରେ ଡେବ୍ୟୁ କରିବେ। ଏହା ଏକ ପଞ୍ଜାବୀ ଗୀତ। ଅକ୍ଷୟ ଓ ନୂପୁର ଏହି ମ୍ୟୁଜିକ ଭିଡିଓର ଫାଷ୍ଟ ଲୁକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ସେୟାର କରି ନୂପୁର କ୍ୟାପସନରେ ଲେଖିଛନ୍ତି, ‘ଅକ୍ଷୟଙ୍କ ସହ ନିଜର ପ୍ରଥମ ଭିଡିଓ ପୋଷ୍ଟର ସେୟାର କରି ଖୁବ୍ ଏକ୍ସାଇଟେଡ ଅଛି । ଏହି ଲଭଷ୍ଟୋରିର ସାକ୍ଷୀ ସାଜନ୍ତୁ।’
- " class="align-text-top noRightClick twitterSection" data="
">
ଏହି ଅବସରରେ ନୂପୁର, ଅକ୍ଷୟଙ୍କ ସହ କାମ କରିବା ଅନୁଭବ ବିଷୟରେ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ପ୍ରୋଜେକ୍ଟ । ଆଉ ଅକ୍ଷୟ ବଲିଉଡର ବଡ ଷ୍ଟାର। ସେ ସୁଟିଂର ପ୍ରଥମ ଦିନ ଖୁବ୍ ନର୍ଭସ ଥିଲେ । କାରଣ ସେ ପୂର୍ବରୁ କେବେ ମଧ୍ୟ ଅକ୍ଷୟଙ୍କ ସହ ସାକ୍ଷାତ କରିନଥିଲେ। କିନ୍ତୁ ଅକ୍ଷୟ ଶାନଦାର ବ୍ୟକ୍ତି । ଆଉ ପଞ୍ଜାବୀ କନେକ୍ସନ ଜରିଆରେ ଆମର ବଣ୍ଡିଂ ଭଲ ସାବ୍ୟସ୍ତ ହୋଇଛି।