ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ କମେଡି ଡ୍ରାମା ଫିଲ୍ମ 'ଅର୍ଜୁନ ପଟିଆଲା' ଗତ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମଟି ଜବରଦସ୍ତ ଓପନିଂ କରିବା ସହ ଦର୍ଶକଙ୍କ ମନ କିଣିବାରେ ମଧ୍ୟ ସଫଳ ହୋଇପାରିଛି । ଅନ୍ୟପଟେ କ୍ରିତି ଆଜି 29 ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ସେ ନିଜ ଜନ୍ମଦିନ ଧୂମଧାମରେ ପାଳନ କରିବା ସହ ଗୋଟିଏ ବଡ ରାଜ ଉପରୁ ପରଦା ମଧ୍ୟ ଉଠାଇଛନ୍ତି।
କ୍ରିତିଙ୍କ ଫ୍ୟାନ୍ସଙ୍କ ମନରେ ସବୁବେଳେ ତାଙ୍କ ରିଲେସନଶିପକୁ ନେଇ ଅନେକ ପ୍ରଶ୍ନ ଆସିଥାଏ । ଇତିମଧ୍ୟରେ କ୍ରିତି ଖୁଲାସା କରିଛନ୍ତି କି ସେ କାହିଁକି ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । ଆଉ ସେ ଯାହା କହିଛନ୍ତି ତାହା ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, କ୍ରିତି କହିଛନ୍ତି କି 'ଅର୍ଜୁନ ପଟିଆଲା'ରେ ତାଙ୍କ କୋ-ଷ୍ଟାର ବରୁଣ ଶର୍ମା ତାଙ୍କୁ ନେଇ ବହୁତ ପଜେସିଭ ଆଉ ସେ କେବେ ମଧ୍ୟ ତାଙ୍କୁ କାହା ସହ ଡେଟ କରିବାକୁ ଦିଅନ୍ତି ନାହିଁ। ବରୁଣ ତାଙ୍କୁ ନେଇ ପ୍ରୋଟକ୍ଟିଭ ଏବଂ ସେ ଜୀବନରେ କେବେ ମଧ୍ୟ ତାଙ୍କୁ କାହା ସହ ଡେଟ କରିବାକୁ ଦେବେ ନାହିଁ।
ବରୁଣ ତାଙ୍କର ଜଣେ ଭଲ ବନ୍ଧୁ । ତେଣୁ ସେ ପ୍ରାୟତଃ ତାଙ୍କ କଥା ସବୁବେଳେ ମାନନ୍ତି । ସେ ନିଜେ ମଧ୍ୟ ଚାହୁଁନାହାଁନ୍ତି କି ତାଙ୍କ ଜୀବନରେ କେହି ଅଜଣା ବ୍ୟକ୍ତି ଆସି ତାଙ୍କୁ ଜଜ୍ କରନ୍ତୁ। ତେଣୁ ସେ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । 'ଅର୍ଜୁନ ପଟିଆଲା'ରେ କ୍ରିତିଙ୍କ ସହ ବରୁଣ ଓ ଦିଲଜିତ ଦୋସାଞ୍ଝ ନଜର ଆସିଛନ୍ତି । ଏହି କମେଡି ଡ୍ରାମା ଫିଲ୍ମକୁ ଏକ ପାରିବାରିକ ଫିଲ୍ମ ହୋଇଥିବାରୁ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।