ମୁମ୍ବାଇ: ଛଟୋ ପରଦାର କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋରେ ପ୍ରାୟତଃ କିଛି ନା କିଛି ଏମିତି ହୋଇଥାଏ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ଗତ ରବିବାର ଯେବେ ‘ଛିଛୋରେ’ ଟିମ ‘କପିଲ ଶର୍ମା’ ସେଟରେ ପହଞ୍ଚିଥିଲେ ତେବେ ଖୁବ୍ ହଙ୍ଗାମା ହୋଇଥିଲା । ଆଉ ମଜାକ ମଜାକରେ କପିଲଙ୍କୁ 1 କୋଟି ଟଙ୍କା ଦେବାକୁ କୁହାଯାଇଥିଲେ ।
ଆସନ୍ତା ଡିସେମ୍ବରରେ କପିଲ ଏହି ରାଶି ଭରିବାକୁ ଯାଉଛନ୍ତି । ତାଙ୍କୁ ଏହି ଟଙ୍କା ଆଉ କେହି ନୁହେଁ ବରଂ ତାଙ୍କ ଖାସ୍ ବନ୍ଧୁ ହିଁ ମାଗିଛନ୍ତି । ଏହାଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ନା । ତେବେ ଆସନ୍ତୁ ଜାଣିବା କାହାକୁ 1 କୋଟି ଟଙ୍କା ଦେବେ କପିଲ ।
ନିଜ ଆକ୍ଟ ସମୟରେ କମେଡିଆନ କୃଷ୍ଣା ଯେତେବେଳେ ସପନା ହୋଇ ଷ୍ଟେଜକୁ ଆସିଲେ ତେବେ କପିଲ ଏମିତି କିଛି କହିଥିଲେ । ଯାହା ପରେ କୃଷ୍ଣା ଚୁପ ବସିନଥିଲେ ।
କୃଷ୍ଣା ମଧ୍ୟ କେଉଁ ଛାଡିବା ବ୍ୟକ୍ତି ସେ ମଜାକ ମଜାକରେ କହିଥିଲେ ଡିସେମ୍ବରରେ ସେ କପିଲଙ୍କ ଘରକୁ ଶୁଭେଚ୍ଛା ଦେବାକୁ ଯିବେ ଏବଂ 1 କୋଟି ଟଙ୍କା ସଗୁନ ରୂପେ ଆଣିବେ । ତାଙ୍କର ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ‘ଛିଛୋରେ’ ଟିମ ଏବଂ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସମସ୍ତଙ୍କ ଗମ୍ଭୀର ଚେହେରା ଦେଖି କୃଷ୍ଣା ଖୁବ୍ ଜୋରରେ ହସିଦେଇଥିଲେ । ଯାହାପରେ ସମସ୍ତେ ବୁଝିପାରିଥିଲେ କି ସେ ମଜାକ କରୁଛନ୍ତି ବୋଲି । କିନ୍ତୁ ସେହି ସମୟରେ କପିଲଙ୍କ ମୁହଁ ଦେଖି ଲାଗୁଥିଲା କି ବୋଧେ କୃଷ୍ଣା ତାଙ୍କୁ ସତରେ ଟଙ୍କା ମାଗୁଛନ୍ତି ।
ପ୍ରକାଶ ଥାଉକି ଡିସେମ୍ବରରେ କପିଲ ଓ ତାଙ୍କ ପତ୍ନୀ ଗିନି ଚତରଥ ମାତା-ପିତା ହେବାକୁ ଯାଉଛନ୍ତି । ଘରେ ନୂଆ ଅତିଥିର ସ୍ବାଗତ କରିବା ପାଇଁ ଏବେ ଠାରୁ କପିଲ ଓ ଗିନି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।