ETV Bharat / sitara

ପ୍ରବାସୀ ଶ୍ରମିକ ରୂପରେ ମା', ମନଦୁଃଖରେ ସେଲିବ୍ରିଟି - ଉର୍ମିଲା ମାତୋଣ୍ଡେକରଙ୍କ ଟ୍ବିଟ ଭାଇରାଲ

ଚର୍ଚ୍ଚାରେ କୋଲକାତାର ଏକ ପୂଜା ମଣ୍ଡପ । ଯାହାର କାରୁକାର୍ଯ୍ୟ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ପ୍ରବାସୀ ଭୂମିକାରେ ନଜର ଆସିବେ ମା' ଦୁର୍ଗା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 19, 2020, 3:22 PM IST

କୋଲକାତା: ପ୍ରତିବର୍ଷ ସହରର ଦୁର୍ଗା ପୂଜା କମିଟି ପରସ୍ପର ସହ ପ୍ରତିଦ୍ବନ୍ଦିତା କରି ପେଣ୍ଡାଲ ଏବଂ ପ୍ରତିମା ଧାରାରେ ନୂତନ ତଥା ଶାନଦାର ଥିମ୍ ବ୍ୟବହାର କରି ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଆନ୍ତି । ବିଶ୍ବବ୍ୟାପୀ କୋରୋନା ଭୟ ନିଶ୍ଚିତ ଭାବରେ ଚଳିତ ବର୍ଷ ଲୋକଙ୍କ ଆତ୍ମାକୁ ଦୁର୍ବଳ କରିନାହିଁ । ଯାହା କୋଲକାତାର ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି । ଏମିତି ଏକ ପୂଜା ମଣ୍ଡପ ବର୍ତ୍ତମାନ ବଲିଉଡ ସେଲିବ୍ରିଟିଙ୍କ ମନ କିଣିଛି ।

ଆଜ୍ଞା ହଁ, ଯେଉଁଥିରେ ମା' ଦୁର୍ଗା ଜଣେ ମହିଳା ପ୍ରବାସୀ ବେଶ୍‌ରେ ଦେଖାଯାଉଛନ୍ତି । ଆଉ ତାଙ୍କ ପିଲାଙ୍କ ରୂପରେ ସରସ୍ବତୀ, ଲକ୍ଷ୍ମୀ, କାର୍ତ୍ତିକ ଓ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି ।

କଥାଟି ହେଲା ଯେ ସହରର ଲୋକପ୍ରିୟ ପୂଜା ମଣ୍ଡପରେ ସାମିଲ ଅଛି ବେହାଲାର ବାରିଶା କ୍ଲବ । ଏହି ବର୍ଷ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି କ୍ଲବ ମା'ଦୁର୍ଗାଙ୍କୁ ପ୍ରବାସୀ ଭାବେ ଦେଖାଇଛନ୍ତି । ଯାହାର ଗୁଣଗାନ କରୁଛନ୍ତି ସେଲିବ୍ରିଟି ।

ଏହି କନ୍ସେପ୍ଟ ଡିଜାଇନ କରିଛନ୍ତି ରିଣ୍ଟୁ ଦାସ । ସେହିପରି ଏହାକୁ ମୂର୍ତ୍ତିରେ ପରିଣତ କରିଛନ୍ତି ପଶ୍ଚିମବଙ୍ଗର ନାଦିୟା ଜିଲ୍ଲାର କ୍ରିଷ୍ଣାନଗରର ମୂର୍ତ୍ତିକାର ପଲ୍ଲାବ ଭୌମିକ । ଲକଡାଉନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ଆଧାର କରି ଏହି ମୂର୍ତ୍ତି ନିର୍ମାଣ କରାଯାଇଛି ।

ଅଭିନେତ୍ରୀ ରବୀନା ଟଣ୍ଡନ ଏହି ପୂଜା ମଣ୍ଡପର ଫଟୋ ସେୟାର କରି ଲେଖିଛନ୍ତି, ‘କୋଲକାତାର ଏକ ପ୍ରମୁଖ ପେଣ୍ଡାଲ, ମା ଦୁର୍ଗା ନିଜ ପିଲାଙ୍କ ସହିତ ପ୍ରବାସୀ ଶ୍ରମିକ ଭାବରେ । ପଲ୍ଲାବ ଭୌମିକ ଶାନଦାର କାରୁକାର୍ଯ୍ୟ ଏହି ପିଜୋରେ । ମା'ଶକ୍ତି ।’

  • #Navratri2020 नवरात्रि की शुभकामनाएं 🙏🏻🕉🙏🏻 .Moving work by sculptor Pallab Bhowmick for this year's pujo in one of the major pandals of Kolkata - Ma Durga as a migrant worker with her children. #MaShakti pic.twitter.com/zeg69JyERr

    — Raveena Tandon (@TandonRaveena) October 17, 2020 " class="align-text-top noRightClick twitterSection" data=" ">

ସେହିପରି ରଙ୍ଗୀଲା ଗାର୍ଲ ଉର୍ମିଲା ମାତୋଣ୍ଡେକର ଟ୍ବିଟରେ ଲେଖିଛନ୍ତି, ‘ଲୋକେ ତୁମକୁ ଯାହା କୁହନ୍ତୁ ନା କାହିଁକି ଶବ୍ଦ ଯେକୌଣସି ଚିନ୍ତାଧାରା ଜଗତକୁ ବଦଳାଇପାରେ । ପଶ୍ଚିମବଙ୍ଗ କଳାକାର ପଲ୍ଲାବ ଭୌମିସଙ୍କ ଦ୍ବାରା ଚମତ୍କାର ଚିତ୍ର । ମା' ଦୁର୍ଗା ନିଜ ପିଲାଙ୍କ ସହିତ ପ୍ରବାସୀ ଶ୍ରମିକ ଭାବରେ । ନବରାତ୍ରୀର ଅନେକ ଅନେକ ଶୁଭେଚ୍ଛା ।’

‘ ଆମେ ପ୍ରକୃତରେ ଡିଭାଇନ୍ ଫେମିନାଇନର ଆତ୍ମାକୁ ପାଳନ କରୁଥିଲୁ । ଦେବୀ ଦୁର୍ଗା ନିଜ ପିଲାଙ୍କ ସହ ଏକ ପ୍ରବାସୀ ମା' ଭାବରେ ଚିତ୍ରିତ ହୋଇଛନ୍ତି କଳାକାର ପଲ୍ଲାବଙ୍କ ଦ୍ବାରା । ନବରାତ୍ରୀ ଶୁଭେଚ୍ଛା’ ବୋଲି ଟ୍ବିଟରେ ଲେଖିଛନ୍ତି ଟିସ୍କା ଚୋପ୍ରା ।

  • This is why Bengal's Durga idols have always been miles ahead in representation and inclusivity.
    It's art. https://t.co/uKfDwoW1kN

    — Sayani Gupta (@sayanigupta) October 16, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.