ETV Bharat / sitara

ପରିବାର ପାଇଁ ଡିସ୍କୋ କିଙ୍ଗ ଛାଡିଗଲେ ଏତିକି ସମ୍ପତ୍ତି - ଡିସ୍କୋ କିଙ୍ଗଙ୍କ ସମ୍ପତ୍ତି

ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ବର୍ତ୍ତମାନ କେବଳ ତାଙ୍କ ପ୍ରଶଂସକଙ୍କ ସ୍ମୃତିରେ ରହିଛନ୍ତି । ବୁଧବାର ଦିନ ଏହି ଭେଟେରାନ୍ ଗାୟକ ଦୁନିଆକୁ ବିଦାୟ ଦେଇଛନ୍ତି । ବାପି ଦାଙ୍କର ପ୍ରାୟ 20 କୋଟି ମୂଲ୍ୟର ସମ୍ପତ୍ତି ଅଛି, ଯାହା ସେ ବର୍ତ୍ତମାନ ନିଜ ପରିବାର ପାଇଁ ଛାଡିଯାଇଛନ୍ତି । ଅଧିକ ପଢନ୍ତୁ

ଡିସ୍କୋ କିଙ୍ଗ ପୁରା ପରିବାର ପାଇଁ ଛାଡିଗଲେ ଏତିକି ସମ୍ପତ୍ତି

author img

By

Published : Feb 17, 2022, 7:39 AM IST

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ବର୍ତ୍ତମାନ କେବଳ ତାଙ୍କ ପ୍ରଶଂସକଙ୍କ ସ୍ମୃତିରେ ରହିଛନ୍ତି । ବୁଧବାର ଦିନ ଏହି ଭେଟେରାନ୍ ଗାୟକ ଦୁନିଆକୁ ବିଦାୟ ଦେଇଛନ୍ତି । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି ।

bappi lahiri
bappi lahiri

80 ଓ 90 ଦଶକରେ ଭାରତରେ ଡିସ୍କୋ ମ୍ୟୁଜିକକୁ ଲୋକପ୍ରିୟ କରାଇଥିବା ବାପି ଦା 'ଡିସ୍କୋ ଡ୍ୟାନ୍ସର', 'ନମକ ହଲାଲ', 'ଶରାବି', 'କମାଣ୍ଡୋ', 'ସାହେବ' ଏବଂ ଗ୍ୟାଙ୍ଗ ଲିଡର 'ଭଳି ଚଳଚ୍ଚିତ୍ରଗୁଡ଼ିକୁ ତାଙ୍କ ସଙ୍ଗୀତରେ ସଜାଇ ସ୍ମରଣୀୟ କରିଥିଲେ । ବାପି ଦା 27 ନଭେମ୍ବର 1952ରେ ପଶ୍ଚିମବଙ୍ଗର ଜଲପାଇଗୁଡିରେ ବଙ୍ଗୀୟ-ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।

bappi lahiri
bappi lahiri

ତାଙ୍କର ପ୍ରକୃତ ନାମ ଥିଲା ଆଲୋକେଶ ଲାହିରି । ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ । ତିନି ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପା ମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ। ଭାରତୀୟ ସିନେମାରେ ଡିସ୍କୋ ଗୀତକୁ ସେ ଲୋକପ୍ରିୟ କରାଇଥିଲେ।

bappi lahiri
bappi lahiri

‘ଜଖ୍‌ମୀ’, ‘ଆପ୍ କି ଖାତିର’, ‘ହିମତ୍‌ୱାଲା’, ‘ଘାୟଲ’, ‘ଆଜ୍ କା ଅର୍ଜୁନ’, ’ସୈଲାବ’, ‘ଦ ଡାର୍ଟି ପିକ୍‌ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ । ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନଡ଼ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

bappi lahiri
bappi lahiri
bappi lahiri
bappi lahiri

ବୋଧହୁଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାପି ଦା ପ୍ରସିଦ୍ଧ ସ୍ବର୍ଗତ ଗାୟକ କିଶୋର କୁମାରଙ୍କ ସମ୍ପର୍କରେ ଭଣଜା ଥିଲେ । ବାପି ଦା ଗାୟକ କିଶୋର ଦାଙ୍କୁ ମାମୁଁ ବୋଲି ଡାକୁଥିଲେ । ବାପି 1977 ମସିହାରେ ଚଳଚ୍ଚିତ୍ର ନିର୍ମାତା ଚିତ୍ରାନୀଙ୍କୁ ବିବାହ କରିଥିଲେ ।

bappi lahiri
bappi lahiri
bappi lahiri
bappi lahiri

ଚିତ୍ରାଣୀ 'ଲାଲ ଦର୍ଜା' ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ବାପି ଦାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ପୁଅର ନାମ ବପ୍ପା ଏବଂ ଝିଅର ନାମ ରିମା । ଉଭୟ ବାପ୍ପା ଏବଂ ରିମା ବିବାହିତ । ରିମାଙ୍କ ପୁଅର ନାମ ସ୍ବସ୍ତିଭ ବଂସଲ ଏବଂ ବପ୍ପା ଙ୍କ ପୁଅର ନାମ କୃଶ୍ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାପି ଦାଙ୍କର ପ୍ରାୟ 20 କୋଟି ମୂଲ୍ୟର ସମ୍ପତ୍ତି ଅଛି, ଯାହା ସେ ବର୍ତ୍ତମାନ ନିଜ ପରିବାର ପାଇଁ ଛାଡିଛନ୍ତି।

bappi lahiri
bappi lahiri

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.