ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ମଙ୍ଗଳବାର ଦିନ କହିଛନ୍ତି ଯେ, ସେ "ପିତା ଭୂମିକାରେ" ଅଭିନୟ କରିବାକୁ ଯାଉଛନ୍ତି ।
କରଣ ଜୋହର ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରି ଏକ ବିଶେଷ ଘୋଷଣା କରିଥିଲେ । ଏହି ଫଟୋରେ କରଣ ପାଉଟ କରିବା ସହ ଧୂସର ବାଳ ସହିତ ଏକ ସେଲଫି ଉଠେଇଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋରେ କରଣ ଲେଖିଛନ୍ତି ଯେ, ମୁଁ ଜାଣେ ବର୍ତ୍ତମାନର କରୋନାଭାଇରସ ଅପେକ୍ଷା ମୋର ଅଭିନୟ ଅଧିକ ଭୟଙ୍କର, କିନ୍ତୁ ଦ୍ୱିତୀୟ ସୁଯୋଗ ପାଇଁ ଚେଷ୍ଟା କରିବାର କୈାଣସି କ୍ଷତି ନାହିଁ !
କରଣ ଆହୁରି ଲେଖିଛନ୍ତି ଯେ, ଏହି ଅଭିନୟ ଦ୍ବାରା ମୁଁ ସମସ୍ତ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ, ସମାଲୋଚକମାନଙ୍କୁ ଏବଂ ମୋର ଦର୍ଶକମାନଙ୍କୁ ଖୁସି କରି ପାରିବି । ଏହାସହ ମୁଁ ପିତାଙ୍କ ଭୂମିକା ପାଇଁ ଉପଯୁକ୍ତ ।
କରଣଙ୍କ ଏହି ହାସ୍ୟ ପୋଷ୍ଟ ଉପରେ ଅନେକ ବଲିଉଡ ସେଲିବ୍ରିଟିମାନେ ମନ୍ତବ୍ୟ ଦେଇଥିଲେ ।
ଅଭିନେତା ଅନିଲ କପୁର ଲେଖିଛନ୍ତି ଯେ, ମେରେ ପେଟ ପେ କିୟୁ ଲାତ ମାର ରହେ ହୋ ସାର .... ।
ଏହି ସମୟରେ ଅଭିନେତା କ୍ରିତି ସାନନ ଲେଖିଛନ୍ତି ଯେ, ଫାଦର ଉଇଥ ଦ ପରଫେକ୍ଟ ପାଉଟ ।
ଅଭିନେତା ଶିଳ୍ପା ଶେଟ୍ଟୀ କରଣଙ୍କ ନୂଆ ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଏହାସହ ଶିଳ୍ପା କ୍ୟାପସନରେ ଲେଖିଛନ୍ତି ଯେ, ପ୍ରକୃତରେ ପିତାଙ୍କ ଭୂମିକା ତୁମ ପାଇଁ ଉପଯୁକ୍ତ ଅଟନ୍ତି ।
@ କରଞ୍ଜୋହର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ