ETV Bharat / sitara

ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ‘କିକ 2’

author img

By

Published : Jan 14, 2020, 7:19 PM IST

ସଲମାନ ଖାନଙ୍କ ଆଉ ଏକ ଚର୍ଚ୍ଚିତ ଫିଲ୍ମର ରିଲିଜ ତାରିଖ ଘୋଷଣା । ‘କିକ 2’ ନେଇ 2021 ଡିସେମ୍ବରରେ ପରଦାରେ ନଜର ଆସିବେ ସଲମାନ । ଖୁଲାସା କଲେ ପ୍ରଯୋଜକ ସାଜିଦ ନାଦିୟାଦୱାଲା ।

salman khan and sajid nadiadwala
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ସୁପରଷ୍ଟାର ସଲମାନ ଖାନ ନିଜର ଅପକମିଂ ଫିଲ୍ମ ‘କଭି ଇଦ କଭି ଦିୱାଲୀ’ର ଘୋଷଣା କରିଛନ୍ତି । ଏହି ଫିଲ୍ମ ଜରିଆରେ ସଲମାନ ନିଜ ଖାସ୍ ବନ୍ଧୁ ତଥା ପ୍ରଯୋଜକ ସାଜିଦ ନାଦିୟାଦୱାଲାଙ୍କ ସହ ସପ୍ତମଥର କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଆସନ୍ତା ବର୍ଷ ଇଦରେ ରିଲିଜ ହେବ । ଯାହାର ନିର୍ଦ୍ଦେଶନା ‘ହାଉସଫୁଲ 4’ ନିର୍ଦ୍ଦେଶକ ଫରହଦ ସାମଜୀ କରିବେ । ଶୁଣିବାକୁ ମିଳୁଛି ଯେ ‘କଭି ଇଦ କଭି ଦିୱାଲୀ’ର ସୁଟିଂ ଏବର୍ଷ ଶେଷ ଆଡକୁ ଆରମ୍ଭ ହେବ । ଇତିମଧ୍ୟରେ ସଲମାନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କିକ 2’କୁ ନେଇ ବଡ ଖୁଲାସା ହୋଇଯାଇଛି ।

ଆଜ୍ଞା ହଁ, ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇଯାଇଛି । ଖବର ଜୋର ଧରିଛି ଯେ 2021 ଖ୍ରୀଷ୍ଟମାସ ଅବସରରେ ରିଲିଜ ଏହି ଫିଲ୍ମକୁ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

ପ୍ରକାଶ ଥାଉକି ସଲମାନଙ୍କୁ ‘କିକ 2’ର ସ୍କ୍ରିପ୍ଟ ଖୁବ୍ ପସନ୍ଦ ଆସିଛି । ଆଉ ସେ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ । ସାଜିଦ ଫିଲ୍ମ ରିଲିଜକୁ ନେଇ ସୂଚନା ଦେଇଛନ୍ତି ଯେ ‘କିକ 2’ ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ ହେବ । ସେ ଫିଲ୍ମର ସ୍କ୍ରିପ୍ଟ ଶେଷ କରିବାକୁ ଯାଉଛନ୍ତି ।

‘କିକ 2’ର ସୁଟିଂ ଭାରତ ବ୍ୟତୀତ ବିଦେଶରେ ମଧ୍ୟ କରାଯିବ । ଏଯାବତ ‘କିକ 2’ର ଅନ୍ୟ ଷ୍ଟାରକାଷ୍ଟକୁ ନେଇ କୌଣସି ଖୁଲାସା ହୋଇନାହିଁ । ହେଲେ ଶୁଣିବାକୁ ମିଳୁଛି ଯେ ମେକର୍ସ ସଲମାନଙ୍କ ଅପୋଜିଟ ଦିଶା ପଟାନୀଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି ସଲମାନଙ୍କ ‘ରାଧେ’ ଫିଲ୍ମରେ ମଧ୍ୟ ଦିଶାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଫେମସ ନିର୍ମାତା ପ୍ରଭୁ ଦେବା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.