ମୁମ୍ବାଇ: ‘କବୀର ସିଂ’ ସଫଳତା ପରେ ଅଭିନେତ୍ରୀ କିୟାରା ଆଡଭାନୀ ପ୍ରସ୍ତୁତ ହୋଇସାରିଲେଣି ନିଜର ଆଗାମୀ ଫିଲ୍ମ ପାଇଁ । ସେ ଜଲଦି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ ବମ’ରେ ନଜର ଆସିବେ । ହରର କମେଡି ଫିଲ୍ମ ‘ଲକ୍ଷ୍ମୀ ବମ’ରେ ଅଭିନୟ କରିବାକୁ ନେଇ ଖୁବ୍ ଉତ୍ସାହିତ କିୟାରା ।
- " class="align-text-top noRightClick twitterSection" data="
">
‘ଲକ୍ଷ୍ମୀ ବମ’ର ପ୍ରଯୋଜନା ଦାୟିତ୍ବ ଶାବିନା ଖାନ ଓ ତୁଷାର କପୁର କରୁଥିବା ବେଳେ ସାଉଥର ଫେମସ ଫିଲ୍ମ ମେକର ରାଘବ ଲୱରେନସ ଏହି ଫିଲ୍ମର ନିର୍ଦ୍ଦେଶନା କରିବେ । ଏହି ଫିଲ୍ମ ଜରିଆରେ ରାଘବ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ସୁଟିଂ ଆରମ୍ଭ କରିବା ଅବସରରେ କିୟାରା ନିଜ ଇନଷ୍ଟାଗ୍ରାମରେ ଅକ୍ଷୟଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଲକ୍ଷ୍ମି’ ।
ପ୍ରକାଶ ଥାଉକି ଅକ୍କି ଓ କିୟାରା ନିକଟରେ ମୁମ୍ବାଇରେ ଜେଟ ରାଇଡ କରୁଥିବାର ନଜର ଆସିଥିଲେ । ଲକ୍ଷ୍ମୀ ବମ ଆସନ୍ତା ବର୍ଷ ଜୁନ 5ରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।