ETV Bharat / sitara

ପତ୍ନୀଙ୍କ ପ୍ରେମରେ ଦିୱାନା ବିଦ୍ୟୁତ, ଦେଖନ୍ତୁ ଭିଡିଓ

author img

By

Published : Jul 25, 2020, 10:27 PM IST

ରିଲିଜ ହୋଇଯାଇଛି ଚର୍ଚ୍ଚିତ ଫିଲ୍ମ ‘ଖୁଦା ହାଫିଜ’ ଟ୍ରେଲର । ଆସନ୍ତା ଅଗଷ୍ଟ 14ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟୁତ ଜାମୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟୁତ ଜାମୱାଲ

ମୁମ୍ବାଇ: ଡିଜନି ପ୍ଲସ ହଟଷ୍ଟାରରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ହ୍ୟାଣ୍ଡସମ ଆକ୍ଟର ବିଦ୍ୟୁତ ଜାମୱାଲଙ୍କ ଚର୍ଚ୍ଚିତ ଫିଲ୍ମ ‘ଖୁଦା ହାଫିଜ’। ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । କାରଣ ଦର୍ଶକ ପ୍ରଥମଥର ପରଦାରେ ବିଦ୍ୟୁତଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ପାଇବେ । ଆଜ୍ଞା ହଁ, ‘ଖୁଦା ହାଫିଜ’ ଏକ ରୋମାଣ୍ଟି, ଆକ୍ସନ ଡ୍ରାମା ଫିଲ୍ମ । ଯାହା ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରିଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଟ୍ରେଲର ଦେଖି ଜଣାପଡୁଛି ଯେ ଫିଲ୍ମରେ ରୋମାନ୍ସ ଓ ଆକ୍ସନର ଭରପୁର ଧମାଲ ଦେଖିବାକୁ ମିଳିବ । ସେହିପରି ‘ଖୁଦା ହାଫିଜ’ ସମୀର(ବିଦ୍ୟୁତ) ଓ ନର୍ଗିସ(ଶିବାଲିଖା ଓବରାୟ)ଙ୍କ କାହାଣୀକୁ ନେଇ ପର୍ଯ୍ୟବେଶିତ । ଯିଏ ଭାରତରେ ରହୁଥିବେ, ହେଲେ ବିବାହ ପରେ ଭଲ କ୍ୟାରିୟର ପାଇଁ ବିଦେଶରେ କାମ କରିବାକୁ ଦୁଇଜଣ ସ୍ଥିର କରୁଛନ୍ତି । ବିଦେଶରେ ପହଞ୍ଚିବା ପରେ ନର୍ଗିସ ରହସ୍ୟମୟ ପରିସ୍ଥିତିରେ ଗାଏବ ହୋଇଯାଉଛନ୍ତି । ତାଙ୍କୁ ଆଣିବା ପାଇଁ ବିଦ୍ୟୁତ ନାହିଁ ନଥିବା ଚେଷ୍ଟା ଚଳାଉଛନ୍ତି । ଏହି କାହାଣୀର ଝଲକ ଟ୍ରେଲରରେ ମଧ୍ୟ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ଟ୍ରେଲର...

ପ୍ରକାଶ ଥାଉକି ‘ଖୁଦା ହାଫିଜ’ ବ୍ୟତୀତ ଜି5ରେ ବିଦ୍ୟୁତଙ୍କ ଆଉ ଏକ ଫିଲ୍ମ ‘ୟାରା’ ଆସନ୍ତା 30 ତାରିଖରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଚାରି ବନ୍ଧୁଙ୍କ କାହାଣୀ ପର୍ଯ୍ୟବେଶିତ କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.