ଥିରୁଅନନ୍ତପୁରମ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚା । କେରଳର ଥିରୁଅନନ୍ତପୁରମରେ କ୍ରାଇମବ୍ରାଞ୍ଚର କୋଚି ୟୁନିଟ୍ ଦ୍ବାରା ଆର୍ଥିକ ଟଙ୍କା ହେରଫେର ଅଭିଯୋଗରେ ସନ୍ନିଙ୍କୁ ପଚରାଉଚରା କରାଯାଇଛି ।
କହିବାକୁ ଗଲେ, ଏକ ଘରୋଇ ଚ୍ୟାନେଲର ସୁଟିଂ ପାଇଁ କେରଳରେ ପହଞ୍ଚିଥିବା ସନ୍ନିଙ୍କୁ ଗତ ଗୁରୁବାର ପଚରାଉଚରା କରାଯାଇଥିଲା । ଏହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ସନ୍ନିଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଛନ୍ତି ।
ତେବେ ଜଣେ ବ୍ୟକ୍ତି ସନ୍ନିଙ୍କ ବିରୋଧରେ 29 ଲକ୍ଷ ଟଙ୍କା ଠକେଇର ଅଭିଯୋଗ ଆଣିଥିଲେ । ସେ ପେରୁମ୍ବାବୁରର ଶିଆସ ବୋଲି ଜଣାପଡିଛି ।
ଶିଆସ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ କୋଚିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟଙ୍କା ନେଇଥିଲେ, କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।
ଏପଟେ କିନ୍ତୁ ସନ୍ନି ଯୁକ୍ତି ବାଢିଛନ୍ତି ଯେ କାର୍ଯ୍ୟକ୍ରମକୁ ପାଞ୍ଚ ଥର ସ୍ଥଗିତ କରାଯାଇଛି ଏବଂ ଏହା ଆୟୋଜକଙ୍କ ଦୋଷ ।