ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରି ଓ ବଲିଉଡର ସମ୍ପର୍କ ଅତି ନିବିଡ । ଦୁଇଟି ଇଣ୍ଡଷ୍ଟ୍ରି ଏକାଠି ହୋଇଗଲେ ଫିଲ୍ମ ସୁପରହିଟ ହେବା ନିଶ୍ଚିତ । ସାଉଥ ସୁପରଷ୍ଟାର ମହାନତି କିର୍ଥୀ ସୁରେଶ ଖୁବ ଶୀଘ୍ର ବଲିଉଡ ଡେବ୍ୟୁ କରିବେ । ଫିଲ୍ମ ମଇଦାନରେ ଅଜୟ ଦେବଗନଙ୍କ ସହ ନଜର ଆସିବେ କିର୍ଥୀ ।
ଜାତୀୟ ପରସ୍କାର ପ୍ରାପ୍ତ କିର୍ଥୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରି ଏହି ଖବର ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ‘ବଧାଇହୋ’ର ନିର୍ଦ୍ଦେଶକ ଅମିତ ରବିନ୍ଦ୍ରନାଥ । ପ୍ରଯୋଜନା କରିବେ ବୋନୀ କପୁର, ଅକ୍ଷୟ ଚାୱଲା ଓ ଅରୁନାଭା ଜୟ ସେନଗୁପ୍ତା । ତେବେ 2020ରେ ଫିଲ୍ମକୁ ରିଲିଜ କରାଯିବ ।
‘ମଇଦାନ’ ଭାରତୀୟ ଫୁଟବଲ ଦଳର କାହାଣୀ । 1952-1962 ସମୟ ଭାରତୀୟ ଫୁଟବଲର ସ୍ବର୍ଣ୍ଣିମ ଅଧ୍ୟାୟ ଦେଖିବାକୁ ମିଳିବ ।