ETV Bharat / sitara

ପୁଣିଥରେ ଚର୍ଚ୍ଚାରେ କ୍ୟାଟ, ଦିନ ମଜୁରିଆଙ୍କୁ ଯୋଗାଇବେ ଖାଦ୍ୟ

author img

By

Published : Apr 23, 2020, 12:19 PM IST

ପିଏମ କେୟାର୍ସ, ସିଏମ ରିଲିଫ ଫଣ୍ଡକୁ ଦାନ କରିବା ପରେ ଏବେ ଦିନ ମଜୁରିଆଙ୍କୁ ସାହାଯ୍ୟ କରିବେ କ୍ୟାଟ୍ରିନା କୈଫ।

katrina kaif
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ମୁମ୍ବାଇ: କୋରୋନା ଭାଇରସ ସହ ଲଢିବା ପାଇଁ ଦେଶବାସୀ ଦାନ କରିବାରେ ଲାଗିଛନ୍ତି। ସେହିପରି ସେଲିବ୍ରିଟି ମଧ୍ୟ ପିଏମ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି। ଏହି ତାଲିକାରେ ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନାମ ମଧ୍ୟ ସାମିଲ ଅଛି। ହେଲେ ଏଯାବତ ଏହି କଥାର ଖୁଲାସା ହୋଇନାହିଁ କି ସେ କେତେ ଟଙ୍କା ଦାନ କରିଛନ୍ତି। ଆଉ ଏବେ ଦାନ କରିବା ପରେ ସେ ମହାରାଷ୍ଟ୍ର ଶ୍ରମିକ, ଦିନ ମଜୁରିଆଙ୍କୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ଏହି କଥାର ସୂଚନା ସେ ନିଜ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ମହରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ କାମ କରୁଥିବା ଦିନ ମଜୁରିଆଙ୍କୁ ଭୋଜନ ଓ ସବୁ ଆବଶ୍ୟକ ଜିନିଷ ଦେବାକୁ କଥା ଦେଇଛନ୍ତି। କ୍ୟାଟ ଏହି କାମ ପାଇଁ ସେ ନିଜ ବ୍ରାଣ୍ଡ ବ୍ୟୁଟି କେଏ ମାଧ୍ୟମରେ ଡେ ହାଟ ଫାଉଣ୍ଡଶନ ସହ ହାତ ମିଶାଇଛନ୍ତି।

ଇନଷ୍ଟାଷ୍ଟୋରିରେ କ୍ୟାଟ ଲେଖିଛନ୍ତି, ‘ଆମ ସମସ୍ତଙ୍କ ପାଇଁ ଏହା କଠିନଭରା ମାସ ସାବ୍ୟସ୍ତ ହୋଇଛି । ହେଲେ ଏହି ମହାମାରୀଙ୍କୁ ଦୂର କରିବା ପାଇଁ ଯେଉଁ ପ୍ରୟାସ କରାଯାଉଛି । ତାହା ବହୁତ ଶାନଦାର କାର୍ଯ୍ୟ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.